ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ମନ୍ତବ୍ୟ ଓ ପ୍ରତିକ୍ରିୟା ରଖୁଥିବାରୁ ବହୁ ଲୋକ କଙ୍ଗନାଙ୍କ ଉପରେ କ୍ଷୁବ୍ଧ ଓ ତାଙ୍କୁ ଶତ୍ରୁ ଭାବେ ବିବେଚନା କରୁଛନ୍ତି। ତେଣୁ ସେ ଉତ୍ପୀଡ଼ନର ଶିକାର ହେବାର ଆଶଙ୍କା ଅଛି ବୋଲି ଦର୍ଶାଇ ତାଙ୍କ ବାପା ହିମାଚଳ ପ୍ରଦେଶ ସରକାରଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ଏଥିରେ ସେ କଙ୍ଗନାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଏହାପରେ ହିଁ କଙ୍ଗନାଙ୍କୁ ୱାଇ(+)ସୁରକ୍ଷା ଦିଆଯାଇଛି ବୋଲି ଆଜି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିସନ୍ ରେଡ୍ଡୀ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ସୁରକ୍ଷାର ବିଲ୍ କିଏ ଦେବ ବୋଲି ସେ କିଛି ସ୍ପଷ୍ଟ କରିନାହାନ୍ତି।
କଙ୍ଗନାଙ୍କ ୱାଇ ପ୍ଲସ୍ ସୁରକ୍ଷା ନେଇ ସ୍ପଷ୍ଟୀକରଣ
/sambad/media/post_attachments/wp-content/uploads/2020/09/kangana-ranaut-1587476128.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)