ନୂଆଦିଲ୍ଲୀ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇରୁ କ୍ଲିନ୍ ଚିଟ୍ ପାଇବା ପରେ ରିୟା ଚକ୍ରବର୍ତ୍ତୀ ପୁରୁଣାଦିନକୁ ମନେ ପକାଇ ଭାବବିହ୍ବୋଳ ହୋଇପଡ଼ିଥିଲେ।
ରିୟା କହିଛନ୍ତି, " ସୁଶାନ୍ତଙ୍କ ଦେହାନ୍ତ ଦିନ ମୋ ଘରେ ସମସ୍ତେ କାନ୍ଦିଥିଲେ। ମୁଁ ମୋ ଭାଇକୁ କୁଣ୍ଢେଇ ପକାଇ ବହୁତ କାନ୍ଦିଥିଲି। ଘଟଣାକୁ ଆଦୌ ବିଶ୍ବାସ କରି ପାରୁ ନଥିଲି। ଯେଉଁଦିନ ମୋତେ କ୍ଲିନ ଚିଟ ମିଳିଲା ମୋ ମାଆ କହିଥିଲେ, ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ରିପୋର୍ଟ କରୁଛନ୍ତି କି ସିବିଆଇ ମୋତେ କ୍ଲିନ୍ ଚିଟ୍ ଦେଇଛି। ମୁଁ କିନ୍ତୁ ଏହାକୁ ବିଶ୍ୱାସ କରିପାରୁ ନଥିଲି। ମୋ ଓକିଲ ମୋତେ ଏହା ନିଶ୍ଚିତ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲି।"
କ୍ଲିନ୍ ଚିଟ୍ ପାଇବା ପରେ ବି ମୁଁ ଖୁସି ହୋଇ ପାରୁ ନାହିଁ। କାରଣ ଅତିତରେ ମୁଁ ମୋର ଅତି ପ୍ରିୟ ମଣିଷକୁ ହରାଇ ଦେଇଛି। ତାକୁ ଆଉ ଫେରି ପାଇବି କି? ସୁଶାନ୍ତଙ୍କ ଶୂନ୍ୟସ୍ଥାନକୁ ମୁଁ ପ୍ରତି ମହୂର୍ତ୍ତରେ ଅନୁଭବ କରୁଛି। କିନ୍ତୁ ମୁଁ ମୋ ବାପା ଓ ମାଙ୍କ ପାଇଁ ଆଶ୍ୱସ୍ତି ଅନୁଭବ କରୁଛି। ସେମାନେ ସମାଜରେ ରୁହନ୍ତି ଏବଂ ପ୍ରତିଦିନ ଅନେକ ଲୋକଙ୍କ ସାମ୍ନା କରନ୍ତି। ସେମାନଙ୍କ ପାଇଁ ପରିସ୍ଥିତି ବହୁତ କଷ୍ଟକର ଥିଲା। ମୁଁ ଭାବୁଛି ଏବେ ସେମାନେ ମୁକ୍ତ ଭାବରେ ବୁଲିପାରିବେ। କେହି ତାଙ୍କୁ ମୋ ମାମଲା ନେଇ ଆଉ ପ୍ରଶ୍ନ କରି ପାରିବେ ନାହିଁ।’