କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ସମଗ୍ର ବଲିଉଡ୍ ତାଙ୍କୁ ଅଭିନନ୍ଦନ ଜଣାଇଛି। ବଲିଉଡ୍ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା କମଳା ହାରିସ ଓ ତାଙ୍କ ଝିଆରୀ ପ୍ରୀତା ସିହ୍ନାଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ନେଇ ଏକ ଟ୍ବିଟ୍ କରିଛନ୍ତି। ପ୍ରୀତା ଏବଂ କମଳାଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ବୋଲି ଶତ୍ରୁଘ୍ନ ଟ୍ବିଟ୍ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରୀତା ହେଉଛନ୍ତି ଶତ୍ରୁଘ୍ନଙ୍କ ବଡ଼ଭାଇ ଲଖନ ସିହ୍ନାଙ୍କ ଝିଅ। ଶତ୍ରୁଘ୍ନ ନିଜ ଝିଆରୀ ଏବଂ କମଳା ହାରିସ ଏକତ୍ର ଥିବା ଏକ ଫଟୋକୁ ନିଜ ଟ୍ବିଟର୍ରେ ସେୟାର କରି କମଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶତ୍ରୁଘ୍ନ କହିଛନ୍ତି, ଆମେରିକାର ଉପରାଷ୍ଟ୍ରପତି ପାଇଁ କମଳା ଯୋଗ୍ୟତମ ପ୍ରାର୍ଥୀ ଥିଲେ ଏବଂ ସେ ବିଜୟ ପାଇଁ ହକ୍ଦାର ଥିଲେ। ତେବେ ତାଙ୍କ ଝିଆରି ପ୍ରୀତା କମଳାଙ୍କ ଯୁବ ଟିମ୍ରେ ସାମିଲ ଥିବାରୁ ଶତ୍ରୁଘ୍ନ ସନ୍ତୋଷବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/harris.jpg)