ହୃତଘାତର ଅଭିନୟ କରି ମଞ୍ଚରେ ଲୋକଙ୍କ ମନୋରଞ୍ଜନ କରାଉଥିବା ସମୟରେ ଦୁନିଆ ଛାଡି ଚାଲିଗଲେ ହାସ୍ୟାଭିନେତା

ନୂଆଦିଲ୍ଲୀ: ବ୍ରିଟେନ୍‌ର ଚର୍ଚ୍ଚିତ ଷ୍ଟାଣ୍ଡ ଆପ୍‌ କମେଡିୟାନ୍‌ ଲେନ୍‌ କୋଗ୍‌ନିଟୋଙ୍କ ଆକସ୍ମିତ ମୃତ୍ୟୁ ହୋଇଯାଇଛି। କୋଗ୍‌ନିଟୋଙ୍କ ସୋ’ରେ ହୃତଘାତର ଅଭିନୟ କରୁ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଦର୍ଶକଙ୍କୁ ଲାଗିଥିଲା କି କୋଗ୍‌ନିଟୋ ଅଭିନୟ କରୁଛନ୍ତି। କିନ୍ତୁ ମଞ୍ଚରେ ତାଙ୍କର ହୃତଘାତ ହୋଇଥିଲା। ସେଠାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍‌ପିଟାଲ୍‌ ନିଆଯାଇଥିଲା।

ଲେନ୍‌ ଗୁରୁବାର ବେସେଷ୍ଟର ଏଟିକ୍‌ ବାରରେ ‘ଲୋନ୍‌ ବୋଲଫ୍‌ କମେଡି କ୍ଲବ୍‌’ ସୋ’ରେ ପରଫର୍ମ କରୁଥିଲେ। ଆକ୍ଟିଂ ସମୟରେ ସେ ହୃତଘାତରୁ ହେବାକୁ ଥିବା ମୃତ୍ୟୁକୁ ନେଇ ଜୋକ୍‌ କରୁଥିଲେ। ଏହି ସମୟରେ ସେ ବସିଥିବା ଚୌକିରୁ ଉଠି ତଳେ ବସି ଯାଇଥିଲେ। ଦର୍ଶକ ଲେନ୍‌ଙ୍କୁ ଏଭଳି ଅବସ୍ଥାରେ ଦେଖି ସେ ଅଭିନୟ କରୁଛନ୍ତି ବୋଲି ଭାବିଥିଲେ। ପରେ ଜଣେ ଜଣାପଡ଼ିଲା କି ଏହି ହାସ୍ୟାଭିନେତାଙ୍କୁ ହୃତଘାତ ହୋଇଛି। ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଡାକି ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର କୋଗ୍‌ନିଟୋଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର