‘ଗୁପ୍ଚୁପ୍’ ଓ ‘ଡିୟର୍ ପୁରୁଷ’ ପରେ ଏବେ ନାୟିକା ହିମାଗ୍ନିଙ୍କ ଅଭିନୀତ ‘କେସ୍-୧୮’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଦର୍ଶକ ତାଙ୍କୁ ଜଣେ ବାର୍ ଡ୍ୟାନ୍ସର୍ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ଚରିତ୍ରର ନାଁ ରହିଛି ମିଲି। ସେ ପାଠ ପଢ଼ିବାକୁ ଗାଁରୁ ଭୁବନେଶ୍ବରକୁ ଆସିଛି। କିନ୍ତୁ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ବାଧ୍ୟ ହୋଇ ବାର୍ ଡ୍ୟାନ୍ସର୍ କାମ କରିଛି। ଏଣେ ଦିନରେ ପାଠପଢ଼ା, ତେଣେ ରାତିରେ ବାର୍ କାମ। କାମର ଚାପରେ ପେଷି ହୋଇଯାଏ ମିଲି। ଘଟଣାକ୍ରମେ ଜଣେ ଯୁବକଙ୍କ ସହ ତା’ର ପ୍ରେମ ସଂପର୍କ ଗଢ଼ିଉଠେ। ତେବେ ପ୍ରେମିକ ବି ତାକୁ ଧୋକାଦିଏ। ପରିଶେଷରେ ପରିସ୍ଥିତିରେ ପଡ଼ି ଜୀବନ ହାରିଦିଏ ମିଲି। ତେବେ କାହିଁକି ମିଲି ଆତ୍ମହତ୍ୟାର ରାସ୍ତା ବାଛିଛି, ଏଥିପାଇଁ କିଏ ଦାୟୀ, ସେହି ଘଟଣାର ତଦନ୍ତ ଉପରେ ‘କେସ୍-୧୮’ର କାହାଣୀ ଆଧାରିତ। ଆଉ ଏହି ମାମଲାର ତଦନ୍ତ ଦାୟିତ୍ବରେ ଅଛନ୍ତି ଏସିପି ଜଗଦୀଶ ମହାନ୍ତି। ଏହି ଭୂମିକାରେ ନଜର ଆସିବେ ଓଲିଉଡ୍ର ଆଗଧାଡ଼ିର ନାୟକ ଅମ୍ଳାନ। ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସୁଛି।
ଅନିକେତ ଦାସ ଓ ସଂଘମିତ୍ରା ମହାନ୍ତିଙ୍କ ପ୍ରଯୋଜିତ ‘କେସ୍-୧୮’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଅମ୍ଳାନ ଖୁଣ୍ଟିଆ। ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏମ୍ ଏମ୍ ମୁକେଶ।
ଦିନରେ କଲେଜ୍ ଗାର୍ଲ ରାତିରେ ବାର୍ ଡ୍ୟାନ୍ସର୍
‘ଗୁପ୍ଚୁପ୍’ ଓ ‘ଡିୟର୍ ପୁରୁଷ’ ପରେ ଏବେ ନାୟିକା ହିମାଗ୍ନିଙ୍କ ଅଭିନୀତ ‘କେସ୍-୧୮’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଦର୍ଶକ ତାଙ୍କୁ ଜଣେ ବାର୍ ଡ୍ୟାନ୍ସର୍ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ଚରିତ୍ରର ନାଁ ରହିଛି ମିଲି।
/sambad/media/media_files/2025/01/19/B4dyxs3FY0w7qiGr7UhQ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)