କାଜଲଙ୍କ ସମ୍ପର୍କୀୟଙ୍କୁ ବାହା ହେବେ ହାସ୍ୟ ଅଭିନେତ୍ରୀ ସୁମୋନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କ ସମ୍ପର୍କୀୟଙ୍କ ସହ ହାସ୍ୟ ଅଭିନେତ୍ରୀ ସୁମୋନାଙ୍କ ବିବାହକୁ ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ଦାବି କରାଯାଉଛି । ଏପରିକି ସୁମୋନା ଚକ୍ରବର୍ତ୍ତୀ କାଜଲଙ୍କ ପରିବାରର ବୋହୂ ହେବାକୁ ଯାଉଛନ୍ତି । ଏସବୁ ଶୁଣି ସୁମୋନା ଖବର ପଛରେ ଥିବା ସତକୁ ସାମ୍ନକୁ ଆଣିଛନ୍ତି । ପ୍ରଶଂସକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି । ସମ୍ରାଟ ମୁଖାର୍ଜୀଙ୍କ ସହ ସୁମୋନା ଚକ୍ରବର୍ତ୍ତୀଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ କଥା ଉଠୁଛି ।  ଏହାସହ ସୁମୋନା ଖୁବଶୀଘ୍ର ସମ୍ରାଟଙ୍କୁ ବିବାହ କରିବାକୁ ଯାଉଛନ୍ତି ଏଭଳି କଥା ମଧ୍ୟ ଚର୍ଚ୍ଚା ହେଉଛି । ବାସ୍ତବରେ ଦେଖିବାକୁ ଗଲେ ସମ୍ରାଟ କାଜଲ, ତନିଶା, ରାନୀ ମୁଖାର୍ଜୀ ଏବଂ ଆୟାନ ମୁଖାର୍ଜୀଙ୍କ ସମ୍ପର୍କୀୟ ଭାଇ । ଏହି ଖବର ଭାଇରାଲ ହେବା ମାତ୍ରେ ସୁମୋନା ଚକ୍ରବର୍ତ୍ତୀ ମୁହଁ ଖୋଲିଛନ୍ତି ।

ଗଣମାଧ୍ୟମକୁ ସୁମୋନା କହିଛନ୍ତି ଯେ ‘ଏହି ସବୁ ଦଶ ବର୍ଷର ପୁରୁଣା ଖବର ଯାହା ସୋସିଆଲ ମିଡିଆରେ ଚାଲିଥିଲା । ଏସବୁ ଗୁଜବ କଥା । ବର୍ତ୍ତମାନ ମୁଁ ସେମାନଙ୍କ ବିଷୟରେ କିଛି କହିବାକୁ ଚାହେଁ ନାହିଁ କି କୌଣସି ମନ୍ତବ୍ୟ ଦେବାକୁ ଚାହେଁ ନାହିଁ । ମୋର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ମତେ ଭଲ ଲାଗେନି ।  ଯଦି ଆଉ କିଛି କଥା ଥାଏ, ତେବେ ଆପଣ ଆଗାମୀ ଦିନରେ ଜାଣିପାରିବେ । ମୁଁ ନିଜେ ଏସବୁ ବିଷୟରେ କହିବି ।  ଏହା ପରେ ଯେତେବେଳେ ସୁମୋନାଙ୍କୁ ପଚରାଗଲା ଯେ ସମ୍ରାଟ ମୁଖାର୍ଜୀ ଆପଣଙ୍କ ଜୀବନର ଏକ ଅଂଶ ?

ଏହାର ଉତ୍ତରରେ ସୁମୋନା କହିଛନ୍ତି ଯେ ସେ ମୋର ଜଣେ ବନ୍ଧୁ, ଏହା ବ୍ୟତୀତ ଆଉ କିଛି ନୁହେଁ । ମୁଁ ମୋର ବନ୍ଧୁ ଏବଂ ପରିବାର ବିଷୟରେ ଗଣମାଧ୍ୟମକୁ କହିବାକୁ ପସନ୍ଦ କରେ ନାହିଁ । ମୁଁ ମୋର ବିବାହ ବିଷୟରେ ଆଗରୁ ଆପଣଙ୍କୁ କହିସାରିଛି । ଏହା ପୂର୍ବରୁ ସୁମୋନା ଚକ୍ରବର୍ତ୍ତୀ ‘କପିଲ ଶର୍ମା ସୋ’ ଛାଡୁଥିବା ଗୁଜବ ଉଠିସାରିଛି । ଏହାକୁ ନେଇ ମଧ୍ୟ ସେ ଗୁଜବ ଆଗରୁ କହିସାରିଛନ୍ତି । ‘କପିଲ ଶର୍ମା ସୋ’ କେବେ ଛାଡିବେନାହିଁ ବୋଲି ସେ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର