ଆସୁଛି ବିଦ୍ୟୁତଙ୍କ ‘ସନକ’

ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ‘ସନକ’ ଚଳିତ ମାସ ପରଦାକୁ ଆସୁଛି। ଏହା ଓଟିଟି ପ୍ଲାଟଫର୍ମ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବ। ମୁକ୍ତିଲାଭର ତାରିଖ ଘୋଷଣା ହେବାପରେ ପ୍ରଯୋଜକ ବିପୁଲ୍ ଅମ୍ୟତଲାଲ୍ ଓ ଜି ଷ୍ଟୁଡିଓଜ୍ କହିଛନ୍ତି ଏଥିରେ ବିଦ୍ୟୁତ ଜାମୱାଲଙ୍କ ଏବଂ ‌ବଙ୍ଗୀୟ ଅଭିନେତ୍ରୀ ରୁକ୍ମିଣୀ ମୈତ୍ର ପ୍ରମୁଖ ଭୂମିକାରେ ଅଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ନେହା ଧୁପିଆ ଓ ଚନ୍ଦନ ରାୟ ସାନ୍ୟାଲ୍ ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିବ। ଦଶହରା ଅବସରରେ ମୁକ୍ତିଲାଭ କରୁଥିବା ‘ସନକ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କନିଷ୍କ ବର୍ମା।

ତେବେ ସୋସିଆଲ୍ ମିଡିଆରେ ପ୍ରଯୋଜକ ବିପୁଲ୍ ଓ ନିର୍ଦ୍ଦେଶକ କନିଷ୍କ‘ସନକ’ ଚଳଚ୍ଚିତ୍ରର ପୋଷ୍ଟର ପ୍ରଦର୍ଶିତ କରିବା ପରିବର୍ତ୍ତେ, ବିଦ୍ୟୁତ ଜାମୱାଲଙ୍କର ଭିନ୍ନ ଏକ ଚେହେରା-ଚରିତ୍ରକୁ ଦେଖାଇଛନ୍ତି। ଶୁଣାଯାଉଛି ବିଦ୍ୟୁତଙ୍କୁ ନେଇ ସେମାନେ ନିର୍ମାଣ କରିବାକୁ ଯାଉଥିବା ଆଉ ଏକ ନୂଆ ସିନେମାର ଏହା ଏକ ପରିକଳ୍ପିତ ପୋଷ୍ଟର। ଏଥିରେ ବିଦ୍ୟୁତ ଗୋଟିଏ ହାତରେ ଏକ ଶିଶୁକୁ ଧରିଥିବା ବେଳେ ଅନ୍ୟ ଏକ ହାତରେ ଧରିଛନ୍ତି ଗୋଟିଏ ଅତ୍ୟାଧୁନିକ ବନ୍ଧୁକ। କେତେକ ଦର୍ଶକଙ୍କ ମତାମତର ଉତ୍ତର ରଖି ପ୍ରଯୋଜକ ବିପୁଲ୍ କହିଛନ୍ତି, ଆମେ ବେଶ୍ ଉତ୍ସାହିତ ଅଛୁ ଯେ କୋଭିଡ୍ ସଂକ୍ରମଣ ସମୟରେ ଆମେ ଚଳଚ୍ଚିତ୍ରଟିଏ ନିର୍ମାଣ କରିପାରିଛୁ, ପୁଣି ଏଇମାସ ଏହା ମୁକ୍ତିଲାଭ କରୁଛି। ଲମ୍ବା ସମୟ ଧରି ଚାଲିବାକୁ ଥିବା ଆମ କମାଣ୍ଡୋ ସିରିଜର ପ୍ରଥମ ଅବଦାନ ହେୁଛି ‘ସନକ: ହୋପ୍ ଅଣ୍ଡର ସେଜେ’। ଏହାପରେ ଆମେ ଯେଉଁ ୱେବ୍ ଧାରାବାହିକଟି ପ୍ରସ୍ତୁତ କରିବାକୁ ଯାଉଛୁ, ବିଦ୍ୟୁତଙ୍କୁ ସେଇ କାହାଣୀର ଚେହେରା-ଚରିତ୍ର ଭାବେ ଉକ୍ତ ପୋଷ୍ଟରଟି କରି ଦର୍ଶକଙ୍କୁ ଚିକିତ କରିବାକୁ ଛାଡ଼ିଛୁ।

ସମ୍ବନ୍ଧିତ ଖବର