ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ପ୍ରେମିକା ରେହାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କ ପୂର୍ବତନ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କ ନା‌ମରେ ଶନିବାର ବିହାର କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମୁଜ୍ଜାଫର୍‌ପୁରସ୍ଥିତ ପଠାଇର ଜଣେ ବାସିନ୍ଦା କୁନ୍ଦନ କୁମାର ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। କୁମାର ହେଉଛନ୍ତି ସୁଶାନ୍ତଙ୍କର ଜଣେ ବଡ଼ ପ୍ରଶଂସକ।

କୁମାର ଅଭିଯୋଗ ଆଣିଛନ୍ତି ଯେ ରେହା ସୁଶାନ୍ତଙ୍କୁ ଆର୍ଥିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସେ ସୁଶାନ୍ତଙ୍କ ବିଷାଦଗ୍ରସ୍ତ ରହିବାର ଏକ ମୁଖ୍ୟ କାରଣ ଥିଲେ। ରେହା ନିଜର ସ୍ବାର୍ଥ ହାସଲ ପରେ ସୁଶାନ୍ତଙ୍କ ସହ ଧୋକା କରି ତାଙ୍କୁ ଏକା ଛାଡ଼ି ଦେଇଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

India.com

ଉଲ୍ଳେଖଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୁଲିସ୍‌ ତାଙ୍କ ସହ ଜଡ଼ିତ ଅନେକ ଲୋକଙ୍କୁ ଜେରା କରି ସାରିଲାଣି। ନିକଟ ଅତୀତରେ ରେହା ଚକ୍ରବର୍ତ୍ତୀଙ୍କୁ ବି ଜେରା କରିଥିଲା ପୁଲିସ୍‌। ରେହାଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପୁଲିସ୍‌ ଜେରା କରିଥିବା ଜାଣିବାକୁ ମିଳିଥିଲା।

Indus Scrolls

ପୁଲିସ୍‌ ଜେରାରେ ରେହା ଅନେକ ସତ ସ୍ବୀକାର କରିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ସୁଶାନ୍ତଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା ଓ ଲକ୍‌ଡାଉନ୍‌ ସମୟରେ ସେମାନେ ସାଥୀ ହୋଇ ଗୋଟାଏ ଆପର୍ଟମେଣ୍ଟ୍‌ରେ ରହୁଥିଲେ। ଗୋଟାଏ ରାତିରେ ଝଗଡ଼ା ପରେ ରେହା ସୁଶାନ୍ତଙ୍କ ଆପାର୍ଟମେଣ୍ଟ୍‌ ଛାଡ଼ି ପଳାଇ ଆସିଥିଲେ। ତାପରେ କିନ୍ତୁ ଦୁହିଁଙ୍କ ଭିତରେ ଫୋନ୍‌ ଓ ମେସେଜ୍‌ରେ ଯୋଗ‌ା‌େଯୋଗ ହୋଇଥିଲା ବୋଲି ରେହା ପୁଲିସ୍‌କୁ କହିିଥିଲେ।

ସମ୍ବନ୍ଧିତ ଖବର