ନୂଆଦିଲ୍ଲୀ: ଭାରତରେ ମିଠୁ ଅଭିଯାନ ଆରମ୍ଭ ହେବା ପରେ ମହିଳାମାନେ ନିଜ ସହ ଘଟିଥିବା ଘଟଣା ସବୁକୁ ବେଶ୍ ସାହସିକତାର ସହ ସହଜରେ ବାଖାଣି ପାରୁଛନ୍ତି । ଅନେକ ମହିଳାମାନେ ଯୌନ ଶୋଷଣ ଶିକାର ହୋଇଥିବା ନେଇ ମୁହଁ ଖୋଲିଲେଣି। ତେବେ ବଲିଉଡ୍ରେ ଏବେ # ମିଠୁ ଅଭିଯାନକୁ ନେଇ ବଡ଼ ବଡ଼ ଖୁଲାସା ହେବାର ଲାଗିଛି। ଅଭିନେତ୍ରୀମାନେ ଅନେକ ଅଭିନେତା ଓ ପ୍ରଯୋଜକଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଏହି କ୍ରମରେ ସୋନା ମହାପାତ୍ରା କିଛି ଦିନ ପୂର୍ବରୁ ସଙ୍ଗୀତଜ୍ଞ କୈଳାଶ ଖେର୍ ଓ ଏବେ ଅନୁ ମଲ୍ଲିକଙ୍କ ବିରୋଧରେ ଇନ୍ଷ୍ଟାଗ୍ରାମ୍ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସୋନା ମହାପାତ୍ର ସଙ୍ଗୀତଜ୍ଞ ଅନୁ ମଲ୍ଲିକ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ମୋର ଅନୁ ମଲ୍ଲିକଙ୍କ ସହିତ ପ୍ରଥମ ଥର ୨୦୦୬ ମସିହାରେ ଭେଟ ହୋଇଥିଲା MTV Lycra Style ଆଓ୍ଵାର୍ଡର ଅଭ୍ୟାସ ସମୟରେ। ସେହି ସମୟରେ ସେ ମୋତେ ଓ ମୋର ସ୍ୱାମୀଙ୍କୁ ଆଇଟିସି ଗ୍ରାଣ୍ଡ ମରଠାକୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଆମେ ଦୁହେଁ ସାଥୀ ହୋଇ ସେଠାକୁ ଯାଇଥିଲୁ। ସେ ରାମଙ୍କ ସହିତ କାମ କରିଥିଲେ ହେଁ ମୋ ସ୍ୱାମୀ ବୋଲି ଜାଣି ନଥିଲେ। ଏମିତି କଥା ପ୍ରସଙ୍ଗରେ ସେ ସମ୍ପଥ୍କୁ କହିଥିଲେ, ‘କ’ଣ ମାଲାଟା ହୋଇଛି ସୋନା’।
ଅନୁ ମଲ୍ଲିକ ବି ଏହି ପ୍ରସଙ୍ଗରେ ନିଜ ମତ ରଖି କହିଛନ୍ତି, ସେ ଏକ ଏମିତି ମାମଲାକୁ ନେଇ କଥା ଉଠାଇଛନ୍ତି, ଯାହା ଅନେକ ବର୍ଷ ତଳର କଥା। ଏହାକୁ ନେଇ ମୋର କୌଣସି ଲେଣଦେଣ ନାହିଁ। ମୁଁ କେବେ ବି ତାଙ୍କ ସହ କାମ ହିଁ କରି ନାହିଁ। ତେଣୁ ଏହି ପ୍ରସଙ୍ଗକୁ ନେଇ ମୁଁ କିଛି କହି ପାରିବି ନାହିଁ। ସେ ଅଜଥାରେ ମୋ’ ନାମ ଉଠାଉଛନ୍ତି। ମୋର ତାଙ୍କ ସହିତ କେବେ ଭେଟ ହିଁ ହୋଇ ନାହିଁ।