ମୁମ୍ବାଇ: ରଙ୍ଗର ପର୍ବ ହୋଲି ଅବସରରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କୁ ଶୁଭେଚ୍ଛା ଜଣାଇଲା ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରୁ ଚିଠି ଲେଖି ଜାକଲିନଙ୍କୁ ହୋଲିର ଶୁଭେଚ୍ଛା ଦେବା ସହ ତୁମ ପାଇଁ କିଛି ବି କରିବି ବୋଲି ଲେଖିଲା ସୁକେଶ।
ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ ଅନୁଯାୟୀ ସୁକେଶ ନିଜ ଚିଠିରେ ଲେଖିଛି ଯେ, ମୁଁ ସବୁଠୁ ଭଲ ମଣିଷ ଓ ସବୁଠୁ ସୁନ୍ଦର ମହିଳା ଜାକଲିନଙ୍କୁ ହୋଲିର ଶୁଭେଚ୍ଛା ଜଣାଉଛି। ରଙ୍ଗର ପର୍ବ ହୋଲିରେ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଉଡିଯାଇଥିବା ସବୁ ରଙ୍ଗ ମୁଁ ଫେରାଇ ଆଣିବି। ଏବର୍ଷ ତୁମ ପାଇଁ ଆନନ୍ଦମୟ ହେବ ଏବଂ ମୁଁ ଏହା ସୁନିଶ୍ଚିତ କରିବି, ଏହା ମୋର ଦାୟିତ୍ବ। ତୁମେ ଜାଣିଛ ତୁମ ପାଇଁ ମୁଁ କିଛି ବି କରିପାରିବି। ମୁଁ ତୁମକୁ ବହୁତ ଭଲପାଏ ମୋ ଧନ, ଖୁସିରେ ରୁହ। ତୁମେ ଭଲ ଭାବରେ ଜାଣିଛ ତୁମେ ମୋ ପାଇଁ କ’ଣ ଏବଂ ତୁମେ ମୋ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ। ମୋର ରାଜକୁମାରୀ, ମୁଁ ତୁମକୁ ଭଲ ପାଏ, ମୋର ଜ୍ୟାକି। "
ସୁକେଶଙ୍କ ଏହି ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପୂର୍ବରୁ ଭାଲେଣ୍ଟାଇନ ଡେ’ରେ ଜାକଲିନଙ୍କୁ ଶୁଭେଚ୍ଛା ଜଣାଇଥିଲା ସୁକେଶ। କୋର୍ଟରେ ହାଜର ହେବା ସମୟରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଠକ ସୁକେଶଙ୍କୁ ପଚାରିଥିଲେ ଯେ ସେ ଜାକଲିନ ଏବଂ ତାଙ୍କ ସମ୍ପର୍କ ବିଷୟରେ କ’ଣ କହିବାକୁ ଚାହାଁନ୍ତି? ଏହାର ଉତ୍ତରରେ ସୁକେଶ କହିଥିଲେ, ‘ମୋ ପକ୍ଷରୁ ତାଙ୍କୁ ହାପି ଭାଲେଣ୍ଟାଇନ ଡେ’ ଜଣାଇଦେବ।