ନୂଆଦିଲ୍ଲୀ: ୨୦୦କୋଟି ମନି ଲଣ୍ଡରିଂ ମାମଲାରେ ଏବେ ଜେଲରେ ଅଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଜେଲରେ ରହି ଚିଠି ଜରିଆରେ ସୁକେଶ ଅନେକ ଖୁଲାସା କରିଥିବା ବେଳେ ଏବେ ସେ ଜାକଲିନଙ୍କ ପ୍ରତି ଥିବା ତାଙ୍କ ଭଲପାଇବା ବିଷୟରେ ଜଣାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଜାକଲିନଙ୍କୁ ଭଲ ପାଉଥିବା ବିଷୟରେ ଖୁଲମ ଖୁଲା କହିଥିବା ବେଳେ ଏବେ ନିଜ ଜନ୍ମଦିନରେ ଜାକଲିନଙ୍କୁ ତାଙ୍କ ଜୀବନର ଅମୂଲ୍ୟ ଉପହାର ବୋଲି କହିଛନ୍ତି।

Advertisment

Conman Sukesh Chandrashekhar Pens A Love Letter To His 'Baby Girl' Jacqueline Fernandez From Jail: Writes “Will Go Any Extent… Love You My Princess” koimoi

ସୁକେଶ ଲେଖିଛନ୍ତି ଯେ, “ମୋ କଣ୍ଢେଇ, ମୋ ଜନ୍ମଦିନର ମୁଁ ତୁମକୁ ବହୁତ ମନେ ପକାଉଛି। ମୁଁ ତୁମକୁ ବହୁତ ଭଲପା‌ଏ। ତୁମଠୁ ଦୂରରେ ରହି ବି ତୁମକୁ ମୁଁ ମୋ ଚାରିପାଖରେ ଅନୁଭବ କରିପାରୁଛି। ତୁମେ ବି ମୋତେ ବହୁତ ଭଲପାଅ ବୋଲି ମୁଁ ଜାଣେ। ମୁଁ ଜାଣେ ତୁମର ସୁନ୍ଦର ହୃଦୟରେ କ’ଣ ଅଛି। ସେଥିପାଇଁ ମୋତେ କ‌ୌଣସି ପ୍ରମାଣ ଦରକାର ନାହିଁ ଏବଂ ତୁମେ ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୁଁ ସ୍ୱୀକାର କରିବି ଯେ, ମୁଁ ତୁମକୁ ବହୁତ ମନେ ପକାଉଛି। ମୁଁ ତୁମକୁ ବହୁତ ଭଲପାଏ ମୋ କଣ୍ଢେଇ। ତୁମେ ଏବଂ ତୁମର ଭଲପାଇବା ମୋ ପାଇଁ ସବୁଠୁ ବଡ଼ ଉପହାର, ଯାହା ମୋ ପାଇଁ ଅମୂଲ୍ୟ। ତୁମର ହୃଦୟ ମୋତେ ଦେଇଥିବାରୁ ଧନ୍ୟବାଦ। ମୋର ଜନ୍ମଦିନରେ ଶୁଭେଚ୍ଛା ଦେଇଥିବାରୁ ସମସ୍ତ ସମର୍ଥକ ଏବଂ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ମୋ ପାଖକୁ ଅନେକଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଥିବା ଚିଠି ଆସିଛି। ଏତେ ଭଲପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। "