ଫିଲ୍ମ ‘ପାନୀପଥ’କୁ ନେଇ ଜଳୁଛି ରାଜସ୍ଥାନ

ଜୟପୁର: କାହାଣୀକୁ ନେଇ ବିବାଦ ଘେରରେ ବଲିଉଡ ସିନେମା ପାନୀପଥ । ରାଜସ୍ଥାନରେ ଏହି ଫିଲ୍ମ ବିରୋଧରେ ନିଆଁ ଜଳୁଛି । ଫିଲ୍ମ ପାନୀପଥରେ ମହାରାଜା ସୁରଜମଲଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବାର ବିକ୍ଷୋଭକାରୀ କହିଛନ୍ତି | ଏହାକୁ ନେଇ କେଉଁଠି ଭଙ୍ଗାରୁଜା ଚାଲିଥିବାବେଳେ କେଉଁଠି ପୁଣି ବିକ୍ଷୋଭକାରୀ ଥିଏଟରରେ ପହଁଚି ଫିଲ୍ମର ପୋଷ୍ଟର ଓ ବ୍ୟାନରରେ ନିଆଁ ଲଗାଇଛନ୍ତି ।

ବିକ୍ଷୋଭକାରୀଙ୍କ ବିରୋଧକୁ ଦେଖି କିଛି ସିନେମା ହଲ ପକ୍ଷରୁ ଏହି ସିନେମାର ପ୍ରସାରଣକୁ ମଧ୍ୟ ବନ୍ଦ କରିଦିଆଯାଇଛି | ଜାଠ ସମ୍ପ୍ରଦାୟ ପକ୍ଷରୁ ଏହି ଫିଲ୍ମକୁ ତୀବ୍ର ବିରୋଧ କରୁଥିବାବେଳେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି |

ଜାଠ ସମ୍ପ୍ରଦାୟର ଏକ ପ୍ରତିନିଧି ମଣ୍ଡଳ ରାଜସ୍ଥାନ ଗୃହ ସଚିବ ରାଜୀବ ସ୍ୱରୂପଙ୍କୁ ଭେଟି ଫିଲ୍ମ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ଦାବି କରିଛନ୍ତି | ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସେନସର ବୋର୍ଡର ହସ୍ତକ୍ଷେପ ଦାବି କରିଛନ୍ତି । ପ୍ରକୃତ ଘଟଣା କଣ ଓ ଏହାର ସମାଧାନ କିଭଳି କରାଯିବ ସେ ଦାୟିତ୍ୱ ସେନସର ବୋର୍ଡ ନେଉ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର