ଝିଅଙ୍କ ବୁର୍ଖା ପିନ୍ଧିବା ନେଇ ପୂର୍ବରୁ ଟ୍ରୋଲ୍‌ ହୋଇଥିବା ଏଆର୍‌ ରେହେମାନ ଏବେ ପୁଣି ସୋସିଆଲ୍‌ ମିଡିଆରେ ଛାଇଲେ

ମୁମ୍ବାଇ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହେମାନ ଥରେ ନିଜ ଝିଅର ବୁର୍ଖା ପିନ୍ଧିବା ନେଇ ଅତୀତରେ ଖୁବ୍‌ ଜୋର୍‌ରେ ଟ୍ରୋଲ୍‌ ହୋଇଥିଲେ। ‘ସ୍ଲମ୍‌ଡଙ୍ଗ ମିଲେନିୟର୍‌’ ଚଳଚ୍ଚିତ୍ରକୁ ୧୦ ବର୍ଷ ପୂର୍ତ୍ତି ହେବା ଅବସରରେ ଆୟୋଜିତ ଏକ ଉତ୍ସବରେ ଏଆର୍‌ ରେହେମାନ ତାଙ୍କ ଝିଅ ଖତିଜାଙ୍କୁ ନେଇ ପହଞ୍ଚିଥିଲେ। ଖତିଜା ଉତ୍ସବକୁ ଏକ ବୁର୍ଖା ପରିଧାନ କରି ଯାଇଥିଲେ। ଏଆର୍‌ ରେହେମାନ ନିଜ ଝିଅକୁ ଏପରି ଭାବେ ରଖିଛନ୍ତି ବୋଲି ତାତ୍ସଲ୍ୟ କରି ବହୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ୍‌ କରିଥିଲେ।

ତା’ପରେ ଏଆର୍‌ ରେହେମାନ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏକ ଫଟେ ସେୟାର୍‌ କରି ଲେଖିଥିଲେ, ‘ଖତିଜା ବୁର୍ଖା ପିନ୍ଧିବା ବା ନପିନ୍ଧିବା ତାହା ତା’ ନିଜର ରୁଚି।’ କେବଳ ସେ ନୁହଁନ୍ତି ଝିଅ ଖତିଜା ମଧ୍ୟ ବାପାଙ୍କ କଥାରେ ଏକମତ ହୋଇ କହିଥିଲେ କି ‘ମୋତେ ବୁର୍ଖା ପିନ୍ଧିବା ପାଇଁ କେହି ବାଧ୍ୟ କରିନାହାନ୍ତି। ମୁଁ ମୋ ନିଜ ପସନ୍ଦରେ ପିନ୍ଧିଛି। ମୁଁ କ’ଣ ପିନ୍ଧିବି ଓ ନ ପିନ୍ଧିବି ତାହା ମୋତେ ଜଣା ଅଛି।’

 

 

View this post on Instagram

 

The precious ladies of my family ..Khatija ,Raheema and Sairaa with NitaAmbaniji #freedomtochoose

A post shared by @ arrahman on

ନିକଟରେ ରେହେମାନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ତାଙ୍କର ୩ ଜଣ ପିଲାଙ୍କର ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ଖତିଜା ଏକ ବୁର୍ଖା ପିନ୍ଧି ଚ୍ୟାୟାର୍‌ ଉପରେ ବସିଥିବା ବେଳେ ରହିମା ଓ ଅସୀମ ତାଙ୍କ ଦୁଇ କଡ଼ରେ ଛିଡ଼ା ହୋଇଛନ୍ତି। ଏହି ଫଟୋଟିକୁ ପତ୍ରିକା ପାଇଁ ଫଟୋସୁଟ୍‌ କରାଯାଇଥିଲା। ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲଗିଛି। ଫଟୋଟିକୁ ୧୬ ଘଣ୍ଟାରେ ୩ ଲକ୍ଷ ଲାଇକ୍‌ ମିଳିସାରିଛି। ଜାଣିରଖନ୍ତୁ ଯେ ଏଆର୍‌ ରେହେମାନଙ୍କ ନାମ ପୂର୍ବରୁ ଦିଲ୍ଲୀପ କୁମାର ଥିଲା। ଧର୍ମ ପରିବର୍ତ୍ତନ ହେବା ପରେ ତାଙ୍କ ନାମ ବି ପରିବର୍ତ୍ତିତ ହୋଇଛି।

ସମ୍ବନ୍ଧିତ ଖବର