ରାମଙ୍କ ବାଣଠୁ ଚୀନର ଷଡଯନ୍ତ୍ର: କରୋନାକୁ ନେଇ ଶିଳ୍ପୀ ଆଙ୍କିଲେ ଚିତ୍ର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ନେଇ ଏବେ ସମଗ୍ର ବିଶ୍ୱ ଚିନ୍ତାରେ ଥିବାବେଳେ ପ୍ରତିଦିନ କିଛି ନା କିଛି ଲୋକଙ୍କର ଜୀବନ ଯାଉଛି | କରୋନା ସତର୍କତା ସ୍ୱରୂପ ଭାରତରେ ଏବେ ଲକଡାଉନ ସ୍ଥିତି ଚାଲିଥିବାବେଳେ ଆଜି ଶ୍ରୀରାମ ନବମୀ ମଧ୍ୟ ନିରାଡ଼ମ୍ବର ଭାବେ ପାଳନ ହୋଇଛି | ତେବେ ଏଭଳି ପରିସ୍ଥିତିରେ ଚିତ୍ରଶିଳ୍ପୀମାନେ ସେମାନଙ୍କ ଭାବନାକୁ କାନଭାସରେ ଓ କାଗଜରେ ଉପସ୍ଥାପନା କରିଛନ୍ତି | କେଉଁଠି ପ୍ରଭୁ ଶ୍ରୀରାମଙ୍କ ତୀର ବାଣରେ କରୋନା ଭୂତାଣୁକୁ ବିନାଶ କରାଯାଉଛି ତ ପୁଣି କେଉଁଠି କରୋନା ପାଇଁ ମାସ୍କର କେତେ ଗୁରୁତ୍ୱ ରହିଛି ତାହାକୁ ସ୍ଥାନ ଦିଆଯାଇଛି | ସେହିପରି କରୋନା ପାଇଁ କିଭଳି ଚୀନ ଦାୟୀ ତାହା ମଧ୍ୟ ଶିଳ୍ପୀ ଆଙ୍କିଛନ୍ତି |


ମହାରାଷ୍ଟ୍ରର ନାଗପୁରରେ ରହୁଥିବା ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ରାମନବମୀ ଅବସରରେ ଏମିତି କିଛି ଆଙ୍କିଛନ୍ତି ଯାହାକି ପ୍ରଶଂସା ସାଉଁଟିଛି | କରୋନା ଭୂତାଣୁକୁ କିଭଳି ପ୍ରଭୁ ଶ୍ରୀରାମ ନିଜ ତୀର ବାଣରେ ସାବାଡ଼ କରୁଛନ୍ତି ତାହାକୁ ଦେଖାଇଛନ୍ତି | ସେହିପରି ଓଡ଼ିଆ ଛାତ୍ରୀ ଶୁଭସ୍ମିତା ଲକଡାଉନ ବେଳେ ଘରେ ରହିବା ସହ ବାହାରକୁ ଗଲେ ମାସ୍କ ବ୍ୟବହାର କରିବାର ଗୁରୁତ୍ୱକୁ ନିଜ ଚିତ୍ରରେ ଦର୍ଶାଇଛନ୍ତି |

ସମ୍ପୂର୍ଣ୍ଣ ପରିବାର ଘରେ ରହିବାକୁ ଶୁଭସ୍ମିତା ନିଜ ଚିତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି | ଅନ୍ୟପଟେ ଓଡ଼ିଆ ଶିଳ୍ପୀ ବାବୁଲି କାଣ୍ଡି ଚୀନ ପାଇଁ ଆମ ଭାରତ କିଭଳି କରୋନା ପାଇଁ ପ୍ରଭାବିତ ହେଉଛି ତାହା ନିଜ ଚିତ୍ରରେ ଦର୍ଶାଇଛନ୍ତି |

ସମ୍ବନ୍ଧିତ ଖବର