ପ୍ରିୟାଙ୍କ ବାଟରେ କରୋନା କଣ୍ଟା। ଓଲିଉଡ୍ର ନବାଗତ ନାୟିକା ପ୍ରିୟା ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କରୋନା ପାଇଁ ତାଙ୍କ ଏକ ନୂଆ ମ୍ୟୁଜିକ୍ ଭିଡିଓର ସୁଟିଂ ଆରମ୍ଭ ହୋଇପାରୁନି।
ଗତ ମାର୍ଚ୍ଚ ୧୯ ତାରିଖରେ ହ୍ୟୁମାନ୍ ସାଗର୍ ‘ଆଖିରେ ଲୁହ ଦେଇ କେମିତି ଅଛୁ’ ଆଲବମ୍ରେ କଣ୍ଠଦାନ କରିଥିଲେ। ଓଡ଼ିଆ ହିଟ୍ସ ପକ୍ଷରୁ ନିବେଦିତ ଏହି ଗୀତର ନିର୍ଦ୍ଦେଶନା ନାଗାର୍ଜୁନ ଦେଇଥିଲେ। ତେବେ ଏହି ଗୀତର ଲୋକପ୍ରିୟତା ଦେଖି ଏହାକୁ ଆଲବମ୍ର ରୂପ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର କରୋନା କଟକଣା କାରଣରୁ ବର୍ତ୍ତମାନ ଏହାର ସୁଟିଂ ବନ୍ଦ ହୋଇଯାଇଛି। ଆଲବମ୍ରେ ପ୍ରିୟାଙ୍କ ସହିତ ଆକାଶ ଅଭିନୟ କରିବେ।