ଲକଡାଉନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୨୫,୦୦୦ ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ଭାଇଜାନ୍

ମୁମ୍ବାଇ: କରୋନାଭାଇରସ୍ କାରଣରୁ ଦେଶରେ ଲୋକମାନେ କଠିନ ସମୟ ଦେଇ ଗତି କରୁଛନ୍ତି | ଏହି ସଙ୍କଟର ମୁକାବିଲା ପାଇଁ ସରକାର ସବୁ ପ୍ରକାରର ପ୍ରୟାସ କରୁଥିବା ବେଳେ ବିଭିନ୍ନ ସେଲିବ୍ରିଟିମାନେ ମଧ୍ୟ ଆର୍ଥିକ ସହାୟତା ଯୋଗାଇବାକୁ ଆଗକୁ ଆସୁଛନ୍ତି |ଚଳଚ୍ଚିତ୍ର ଶିଳ୍ପ କର୍ମୀ ଏବଂ ଯେଉଁମାନେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ କାର୍ଯ୍ୟ କରନ୍ତି, ସେମାନଙ୍କର ଦୈନନ୍ଦିନ ରୋଜଗାର ଉପରେ କରୋନା ଅଧିକ ପ୍ରଭାବ ପକାଇଛି |

ଏହି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁମାନେ ଅଧିକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡର ଅନେକ ସେଲିବ୍ରିଟି | ସେଥିମଧ୍ୟରୁ ସଲମାନ ଖାନ ନାଁ ଆଗରେ ରହିଛି | କୌଣସି ପ୍ରକାରର ଚର୍ଚ୍ଚା ନ କରି ସଲମାନ ଚଳଚ୍ଚିତ୍ର ଶିଳ୍ପର ଶ୍ରମିକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ଆରମ୍ଭ କରିଥିବା ଜଣାପଡିଛି | ସଲମାନ ଖାନଙ୍କ ‘ବିଙ୍ଗ ହ୍ୟୁମାନ’ ଏନଜିଓ ଶ୍ରମିକମାନଙ୍କୁ ସିଧାସଳଖ ଦେୟ ପ୍ରଦାନ କରୁଛି, ଯାହା ଏହି ମହାମାରୀ ସମୟରେ ସେମାନଙ୍କୁ ସେମାନଙ୍କ ଘର ଚଳାଇବାରେ ସାହାଯ୍ୟ କରିବ। ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରିର ୨୫,୦୦୦ରୁ ଅଧିକ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ନେଇ ନିଜର ଅଭିଯାନ ଆରମ୍ଭ କରି ସାରିଥିବା ଜଣାପଡିଛି | ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରିର ସହକାରୀ ନିର୍ଦ୍ଦେଶକ ମନୋଜ ଶର୍ମା ତାଙ୍କ ବ୍ୟାଙ୍କରୁ ଆସିଥିବା ଏକ ବାର୍ତ୍ତାର ସ୍କ୍ରିନସଟ୍ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ‘ବିଙ୍ଗ ହ୍ୟୁମାନ୍’ ଜରିଆରେ ତାଙ୍କ ଆକାଉଣ୍ଟକୁ କିଛି ପାଣ୍ଠି ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଛି।

ମନୋଜ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ପ୍ରିୟ @ ବିଙ୍ଗସଲମାନଖାନ ସାର୍, ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ସହ କାମ କରିବାର ସୁଯୋଗ ପାଇ ନାହିଁ କିମ୍ବା ମୁଁ ଆପଣଙ୍କ ଟିମରେ ନାହିଁ | କିନ୍ତୁ ତଥାପି, ଆପଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ହଜାର ହଜାର ଲୋକଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଉଛନ୍ତି। ଏ ନେଇ ମୁଁ ଆପଣଙ୍କ ପାଖରେ କେତେ କୃତଜ୍ଞ ତାହା କହି ପାରିବି ନାହିଁ |

ସମ୍ବନ୍ଧିତ ଖବର