ରାମଗୋପାଲ ବର୍ମା ନିକଟରେ ନିଜର ନୂଆ ଚଳଚ୍ଚିତ୍ର ‘କରୋନା ଭାଇରସ୍’ର ଟ୍ରେଲର୍ ମୁକ୍ତିଲାଭ କରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି। ଯାହା ସେ ଲକ୍ଡାଉନ୍ ମଧ୍ୟରେ ସମ୍ପୂର୍ଣ୍ଣ କରାଇଥିବା ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ଚଳଚ୍ଚିତ୍ର ନିର୍ମାତା ବିକ୍ରମାଦିତ୍ୟ ମୋଟୱାନେ ଏକ ସ୍କ୍ରିନ୍ ସଟ୍ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ତେଲୁଗୁ ଚଳଚ୍ଚିତ୍ରର ୪ ମିନିଟ୍ର ଟ୍ରେଲର୍ ଦେଖିବାକୁ ମିଳିଥିବା ବେଳେ ଲକ୍ଡାଉନ୍ କଟକଣାକୁ ପାଳନ ସହ ଏହାକୁ ସୁଟ୍ କରାଯାଇଛି ବୋଲି ସେ କହିଛନ୍ତି। ଯେଉଁ ଚଳଚ୍ଚିତ୍ରରେ ଘର ଓଳାଇବା, ରୋଷେଇ କରିବା, ବାସନ ମାଜିବା, ଲୁଗା ସଫା କରିବା ଆଦିକୁ ନେଇ ମୁଁ ଏହି ଫିଲ୍ମଟି ପ୍ରସ୍ତୁତ କରିଛି ବୋଲଇ ରାମଗୋପାଲ ବର୍ମା ଟ୍ବିଟର୍ରେ ସେୟାର କରିଛନ୍ତି।
ରାମଗୋପାଲ ବର୍ମାଙ୍କ ଫିଲ୍ମ ‘କରୋନା ଭାଇରସ’!
/sambad/media/post_attachments/wp-content/uploads/2020/05/coronavirus_1590572496.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)