ମୁମ୍ବାଇ: କରୋନା ଭାଇରସ୍ ମୁକାବିଲାରେ ପୂର୍ବରୁ ଅନେକ ବଲିଉଡ୍ ତାରକା ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଥିବା ବେଳେ ଏବେ ଏଥିରେ ନିଜକୁ ସାମିଲ୍ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସେ ମୁମ୍ବାଇରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଯାନବାହନର ବନ୍ଦୋବସ୍ତ କରି ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୁମ୍ବାଇରେ ଫଶି ରହିଥିବା ୭୦୦ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ସେମାନଙ୍କ ନିଜ ଘର ଉତ୍ତରପ୍ରଦେଶ ଓ ବିହାରକୁ ଯିବା ପାଇଁ ଶନିବାର ୧୪ଟା ବସ୍ର ବନ୍ଦୋବସ୍ତ କରି ଦେଇଥିଲେ ସୋନୁ।
/sambad/media/post_attachments/wp-content/uploads/2020/05/download-2-12-300x168.jpg)
ବ୍ୟବସାୟୀ ନୀତି ଗୋଏଲ୍ଙ୍କ ‘ଘର ଭେଜୋ’ ଅଭିଯାନରେ ସାମିଲ୍ ହୋଇ ସୋନୁ ଶ୍ରମିକମାନଙ୍କୁ ଏପରି ଭାବେ ସହାୟତାର ହାତ ବଢ଼ାଇଛନ୍ତି। ପୂର୍ବରୁ ମଧ୍ୟ ସୋନୁ ଏପରି ମହତ୍କାର୍ଯ୍ୟ କରି ଚର୍ଚ୍ଚାରେ ରହି ସାରିଛନ୍ତି। ସେ ଗୁଲବାରା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦିର ଶ୍ରମିକମାନଙ୍କ ସକାଶେ ଗାଡି ଯୋଗାଡ଼ କରିଦେବା ସହ ସେମାନଙ୍କୁ ଘରକୁ ପଠାଇଥିଲେ।
ନିକଟରେ ବିବିସିକୁ ନିଜର ସାକ୍ଷାତ୍କାର ଦେଇ ଏହି ଅଭିନେତା କୁହନ୍ତି, ‘ମୁଁ ଯେତେବେଳେ ଦେଖେ ଶ୍ରମିକମାନେ ଉପାୟଶୂନ୍ୟ ହୋଇ ହଜାର ହଜାର କିଲୋମିଟର ରାସ୍ତା ପାଦରେ ଚାଲୁଛନ୍ତି ମୋ ଆଖିରୁ ନିଦ ହଜିଯାଏ। ଶ୍ରମିକମାନଙ୍କ ପାଇଁ ଯାନବାହନ ଯୋଗାଡ଼ କରି ସେମାନଙ୍କ ଗନ୍ତବ୍ୟକୁ ପଠାଇ ଦେଲେ ମୋତେ ଶାନ୍ତି ମିଳେ।’ ସେ ନିଜେ ଜଣେ ପ୍ରବାସୀ ହୋଇ ମୁମ୍ବାଇ ଆସିଥିବା କାରଣରୁ ସେ ଅନ୍ୟ ପ୍ରବାସୀମାନଙ୍କ ଦୁଃଖକୁ ଠିକ୍ ଭାବେ ବୁଝିପାରନ୍ତି ବୋଲି କହିଛନ୍ତି।