ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ। ତାଙ୍କର ଉଦାରତା ହେତୁ ସେ ଏବେ ବି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସାହାଯ୍ୟ କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଅସୁବିଧାରେ ଥିବା ଲୋକଙ୍କ ପାଖରେ ସୋନୁ ଦେବଦୂତ ସାଜି ପହଞ୍ଚି ଥାଆନ୍ତି। ଲୋକେ ସୋନୁଙ୍କୁ ଦେବତା ଭାବି ପୂଜା କରୁଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଦେଶର ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’ ରଖାଯାଇଛି ବୋଲି ଖବର ମିଳିଛି। ସୋସିଆଲ ମିଡିଆରେ ସୋନୁ ସୁଦ ନିଜେ ଏହି ଥାଳିର ଫଟୋ ସେୟାର କରିଛନ୍ତି।

Advertisment

ଫଟୋରେ ଆପଣ ଯେଉଁ ଥାଳି ଦେଖୁଛନ୍ତି ତାହା ଏକ ସାଧାରଣ ଥାଳି ନୁହେଁ। ଏହା ଦେଶର ସବୁଠାରୁ ବଡ଼ ଥାଳି ବୋଲି କୁହାଯାଉଛି। ଏହି ଥାଳିରେ ଏକା ସାଙ୍ଗରେ ୨୦ଜଣ ବସି ଖାଇ ପାରିବେ। ସୋନୁଙ୍କୁ ଏହି ସ୍ବତନ୍ତ୍ର ଉପହାର ହାଇଦ୍ରାବାଦର ଜିସମତ ଜେଲମଣ୍ଡି ପ୍ରଦାନ କରିଛନ୍ତି। ସୋନୁ ସୁଦଙ୍କ ନାମରେ ‘ଇଣ୍ଡିଆଜ ବିଗେଷ୍ଟ ପ୍ଲେଟ’ର ନାମ ରଖାଯାଇଛି।

View this post on Instagram

A post shared by Sonu Sood (@sonu_sood)

ହୋଟେଲର ଅଧିକାରିକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସୋନୁ ସୁଦଙ୍କୁ ସମ୍ମାନୀତ କରାଯାଇ ଲେଖା ହୋଇଛି, ‘ସାର ଆପଣଙ୍କ ହୃଦୟ ସବୁଠାରୁ ବଡ଼। ଆମକୁ ଏହି ଥାଳି ପାଇଁ ଆଉ ଭଲ ନାମ କିଛି ମିଳି ପାରିଲା ନାହିଁ।’