ଭାଙ୍ଗିବାରୁ ଗଢ଼ିବାର ସୃଷ୍ଟି

‘ଯାହା ଆମକୁ ଭାଙ୍ଗି ଦିଏ, ତାହା ମଧ୍ୟ ଆମକୁ ଦିନେ ଗଢ଼ିଦିଏ।’ ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍ ଏଭଳି ସାରାଂଶ କଥାଟିଏ ନିଜର ପ୍ରଶଂସକମାନଙ୍କୁ କହିଛନ୍ତି। ବିଶ୍ବ ହେଉ କି ଭାରତ; ଯେଭଳି ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି, ଏ ସମୟରେ ଏକାଏକା ଥିବା ମଣିଷ କେତେ କ’ଣ ଗଠନମୂଳକ ଭାବନାରେ ବୁଡ଼ି ରହୁଛନ୍ତି, କ୍ରୀତି ବା ଏଥିରୁ ବାଦ୍ ପଡ଼ନ୍ତେ କେମିତି? କ୍ରୀତି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ତାଙ୍କ ପ୍ରଶଂସକମାନଙ୍କ ସହ ସିଧାସଳଖ ଆଳାପ କରିଛନ୍ତି।

କ୍ରୀତି କହିଛନ୍ତି, ଏ ଦୁଃସମୟରେ ଚାରିଆଡ଼େ ଘୋଟିଥିବା ଘନ ଅନ୍ଧକାର ଭିତରେ ମୁଁ ପ୍ରତି ମୁହୂର୍ତ୍ତରେ ଦେଖିପାରୁଛନ୍ତି ଯେ ମୋ ଆଖି ସାମ୍‌ନାରେ ଶୁଭ୍ରଜ୍ୟୋତି ପରି କିଛି ଉଦ୍‌ଭାସିତ ହେଉଛି। ସେ କହିଥିବା କିଛି ସମୟର ଆଳାପ ଆଲୋଚନାର ସାରାଂଶକୁ ଏକ କ୍ୟାପସନ୍ ଦେଇଛନ୍ତି। କ୍ୟାପସନ୍‌ଟି ହେଉଛି, ‘ମେ ଔର୍ ମେରି ତନହାଇ ଅକ୍ସର ବାତେଁ କିୟା କରତେ ହେଁ’। ଚଳଚ୍ଚିତ୍ର ‘ହିରୋପନ୍ତି’ରୁ ବଲିଉଡ୍ ଜଗତରେ ପାଦ ଦେଇଥିବା କ୍ରୀତି ଏହା ଭିତରେ ଦିଲୱାଲେ, ରବତା, ବରେଲି କୀ ବର୍ଫି, ଲୁକା ଚୁପି, ଅର୍ଜୁନ ପଟିଆଲା, ହାଉସଫୁଲ-୪, ପାନିପଥ୍‌ ଆଦି ଫିଲ୍ମରେ ନାୟିକା ସାଜି ନିଜ ଅଭିନୟ ନିପୁଣତା ଦେଖାଇ ସାରିଲେଣି। ସିରିୟସ୍ ଭୂମିକାକୁ ବାଦ୍ ଦେଲେ ତାଙ୍କ ହାଲକାଫୁଲକା ନୃତ୍ୟ ଓ ଅଭିନୟ ସ୍ତ୍ରୀ, ଅଂଗ୍ରେଜି ମିଡିୟମ୍, କଲଙ୍କ ଓ ପତି ପତ୍ନୀ ଓୗର ବୋ’ରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର