ବଲିଉଡ୍ ସୁନ୍ଦରୀ ଓ କ୍ରିକେଟ୍ ଖେଳାଳିଙ୍କ ପ୍ରେମର ଇତିହାସ ବେଶ୍ ପୁରୁଣା। ଏହି ତାଲିକାରେ ବୋଧେ ଆଉ ଯୋଡ଼ିଏ ପ୍ରେମୀଯୁଗଳଙ୍କ ନାଁ ଭର୍ତି ହେବାକୁ ଯାଉଛି! ସେମାନେ ହେଉଛନ୍ତି ‘ମୁନ୍ନା ମାଇକେଲ୍’ରେ ଟାଇଗର୍ ଶ୍ରଫ୍ଙ୍କ ନାୟିକା ସାଜିଥିବା ନିଧି ଅଗ୍ରଓ୍ଵାଲ୍ ଓ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବର ବ୍ୟାଟ୍ସ୍ମ୍ୟାନ୍ କେଏଲ୍ ରାହୁଲ୍। ନିକଟ ଅତୀତରେ ଆରମ୍ଭ ହୋଇଥିବା ଏ ଦୁହିଁଙ୍କର ବନ୍ଧୁତା ଏବେ ଆହୁରି ଗଭୀର ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇର ଏକ ରେସ୍ତୋରାଁରେ ଦୁହେଁ ଏକାଠି ବସି ଖୁସିଗପ କରୁଥିବାର ଏବଂ ରେସ୍ତୋରାଁରୁ ବାହାରି କାର୍ରେ ବସୁଥିବାର ଫଟୋ ସବୁ ତ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଗଲାଣି। ସବୁଠୁ ବଡ଼ କଥା ହେଉଛି, ଏସବୁ ଫଟୋରେ ନିଧି ଓ ରାହୁଲ୍ ପରସ୍ପରର ସାନ୍ନିଧ୍ୟକୁ ନେଇ ବେଶ୍ ଖୁସି ଥିବାର ଦେଖା ଯାଉଛି। ତା’ଠୁ ଆହୁରି ବଡ଼ କଥା ହେଉଛି, ଦୁହିଁଙ୍କର ଫଟୋ ଉଠାହେବାବେଳେ ନିଧି ଆଦୌ ବିଚଳିତ ହେବାର ଜଣାପଡୁ ନାହିଁ। ବରଂ ସେ ଆମୋଦିତ ହେବାଭଳି ଦେଖା ଯାଉଛନ୍ତି! ଅର୍ଥାତ୍ ଏ ବନ୍ଧୁତା ବା ସଂପର୍କକୁ ସେ ଲୁଚାଇବାକୁ ଚାହୁ ନାହାନ୍ତି।
ପାଠକେ, ଏ ମାମଲାରେ ଅଧିକ ଖବର ନିକଟ ଭବିଷ୍ୟତରେ ଆମେ ଆପଣଙ୍କୁ ନିଶ୍ଚୟ କହିବୁ। ଅପେକ୍ଷା କରନ୍ତୁ!