କେଉଁ କ୍ରିକେଟର ଓ ବଲିଉଡ଼୍‍ ହିରୋଇନ୍‌ଙ୍କ ମଧ୍ୟରେ ଆଫେଆର୍‌ ହୋଇଥିଲା ଅସଫଳ

କ୍ରିକେଟର ଓ ବଲିଉଡ଼୍‍ ହିରୋଇନ୍‌ଙ୍କ ମଧ୍ୟରେ ଆଫେଆର୍‌ କିଛି ନୂଆ କଥା ନୁହେଁ,ହେଲେ ଜାଣନ୍ତିି କି କେତେକଙ୍କ ଆଫେଆର୍‌ ଅସଫଳ ହୋଇଥିଲା। ସେହି ଯୋଡ଼ିଙ୍କ ପ୍ରେମର ଚର୍ଚ୍ଚା ତ ଜୋର୍‌ ଧରିଥିଲା,ମାତ୍ର ଅବଶେଷରେ ବ୍ରେକ୍‌ଅପରେ ସରିଥିଲା ସଂପର୍କ। ଆସନ୍ତୁ ନଜର ପକାଇବା ସେଭଳି ସେଲିବ୍ରିଟିମାନଙ୍କ ଉପରେ….

ରବି ଶାସ୍ତ୍ରୀ-ଅମ୍ରିତା ସିଂହ:- ଜଣାଶୁଣା ନାୟକ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ଼୍‍ ଅଭିନେତ୍ରୀ ଅମ୍ରିତା ସିଂହଙ୍କର ଲୋକପ୍ରିୟ କ୍ରିକେଟର ରବି ଶାସ୍ତ୍ରୀଙ୍କ ସହିତ ଆଫେଆର୍‌ ଅଶି ଦଶକରେ ଚର୍ଚ୍ଚାର ବିଷୟ ହୋଇଥିଲା। ଉଭୟଙ୍କର କ୍ୟାରିଅର ସେତେବେଳେ ଟପ୍‌ରେ ଥିଲା।ରବି ଓ ଅମ୍ରିତାଙ୍କ ପ୍ରେମ ସଂପର୍କରେ ପ୍ରାୟ ତିନି ବର୍ଷ ଯାଏଁ ଥିବା କୁହାଯାଏ। କିନ୍ତୁ ସେମାନଙ୍କ ସଂପର୍କ ବ୍ରେକ୍‌ଅପ୍‌ରେ ସରିଥିଲା ୧୯୯୦ ରେ ରବି ଶାସ୍ତ୍ରୀ ଋତୁ ସିଂହଙ୍କ ହାତ ଧରିଥିଲେ ଓ ୧୯୯୧ରେ ଅମ୍ରିତା ସୈଫ୍‌ ଅଲ୍ଲୀଙ୍କୁ ବିବାହ କରିଥିଲେ।
ଅଂଜୁ ମହେନ୍ଦ୍ରୁ:- ଓ୍ଵଷ୍ଟ୍‍ଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍‌ ଗୌରୀ ସୋବର୍ସ ୧୯୬୬-୬୭ ଭାରତ ଟୁର୍‌ରେ ଆସିଥିଲେ। ସେହି ସମୟରେ ତାଙ୍କର ସେଠାକାର ଜଣାଶୁଣା ମଡ଼େଲ୍‌ ଅଂଜୁ ମହେନ୍ଦ୍ରୁଙ୍କ ସହ ଦେଖା ହୋଇଥିଲା। ଗୌରୀ ଅଂଜୁଙ୍କୁ ବିବାହ ବି କରିବାର ପ୍ରସ୍ତାବ ଦେଇଥିଲେ।ଉଭୟଙ୍କ ପ୍ରେମକୁ ନେଇ ଜୋର ସୋରରେ ଚର୍ଚ୍ଚା ହୋଇଥିଲା।କିନ୍ତୁ ଅଂଜୁଙ୍କ ପିତାମାତା ବିବାହ ପାଇଁ ସମ୍ମତି ନ ଦେବା କାରଣରୁ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।

ସୋଫିଆ ହୟାତ୍‌ ଓ ରୋହିତ ଶର୍ମା:- ନିଜର ବୋଲ୍‌ଡ଼ ଲୁକ୍‌ ପାଇଁ ଲୋକପ୍ରିୟ ଅଭିନେତ୍ରୀ ସୋଫିଆ ହୟାତ୍‌ ଜଣାଶୁଣା କ୍ରିକେଟର୍‌ ରୋହିତ ଶର୍ମାଙ୍କ ସହ ଡ଼େଟ୍‌ କରୁଥିଲେ।କିନ୍ତୁ ୨୦୧୨ରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଥିଲା ବୋଲି ସୋଫିଆ ସୂଚନା ଦେଇଥିଲେ।

photo-bollywoodbhaskar.com

ନଗମା ଓ ସୌରଭ ଗାଙ୍ଗୁଲି:- ବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ ନଗ୍‌ମା ଓ କ୍ରିକେଟର୍‌ ସୌରଭ ଗାଙ୍ଗୁଲିଙ୍କ ଆଫେଆର୍‌ ଏକଦା ଖୁବ୍‌ ଚର୍ଚ୍ଚିତ ଥିଲା। ଉଭୟେ କୋଲକାତାର ଏଭଳି ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ,ଯେଉଁଠାରେ କେବଳ ସ୍ୱାମୀ-ସ୍ତ୍ରୀ ପୂଜା କରନ୍ତି। ନଗମା ଏହି ପ୍ରେମକୁ ସ୍ୱୀକାର କରିଥିଲେ ହେଁ, କେବେ ଏହାକୁ ମୁକ୍ତକଣ୍ଠରେ ସ୍ୱୀକାର କରିନଥିଲେ।

ସମ୍ବନ୍ଧିତ ଖବର