ଆତ୍ମହତ୍ୟା କଲେ କ୍ରାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ, ଏହା ତାଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ମୁମ୍ବାଇ: କ୍ର‌ାଇମ୍‌ ପେଟ୍ରୋଲ୍‌ ଅଭିନେତ୍ରୀ ପ୍ରେକ୍ଷା ମେହେତା ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀ ପ୍ରେକ୍ଷା ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଟାଙ୍ଗି ହୋଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରେକ୍ଷା ଗତ ରାତିରୁ ହିଁ ଟାଙ୍ଗି ହୋଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ତାଙ୍କ ପରିବାର ଲୋକ ଆଜି ସକାଳୁ ଜାଣିବାକୁ ପାଇଲେ। ପ୍ରେକ୍ଷାଙ୍କ ବାପା ପ୍ରଥମେ ତାଙ୍କୁ ‌ଝୁଲନ୍ତା ଅବସ୍ଥାରେ ଦେଖି ହସ୍ପିଟାଲ୍‌ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରେକ୍ଷାଙ୍କୁ ଶେଷ ଇନ୍‌ଷ୍ଟାଗ୍ରାମ୍‌ ମେସେଜ୍‌ ଦେଖି ଆପଣ ତାଙ୍କ ଦୁଃଖର ଅନୁମାନ ଲଗାଇ ପାରିବେ। ପ୍ରେକ୍ଷା ମୃତ୍ୟୁ ପୂର୍ବରୁ କରିଥିବା ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖାଯାଇଛି ‘ସ୍ବପ୍ନ ମରିଯିବା ହେଉଛି ସବୁଠୁ ଖରାପ ହୋଇଥାଏ।’

ଉଲ୍ଲେଖଯୋଗ୍ୟ, ଏହି ଅଭିନେତ୍ରୀ ଦୁଇ ବର୍ଷ ତଳୁ ମୁମ୍ବାଇ ଆସିଥିଲେ। ଲକ୍‌ଡାଉନ୍‌ ଲାଗୁ ହେବା ପରେ ସେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲେ। ଲକ୍‌ଡାଉନ୍‌ କାରଣରୁ ତାଙ୍କୁ କାମ ନମିଳିବାରୁ ସେ ଖୁବ୍‌ ଦୁଃଖୀ ଥିଲେ।

 

 

View this post on Instagram

 

Meri Taraf Aata Har Gham Phisal Jaaye Aankhon Mein Tum Ko Bharun Bin Bole Baatein Tumse Karun 🥰

A post shared by Preksha Mehta 🎭 (@iamprekshamehta) on

କ୍ରାଇମ୍‌ ପେଟ୍ରୋଲ୍‌ ବ୍ୟତୀତ ଲାଲ୍‌ ଇସ୍କ ଏବଂ ମେରି ଦୂର୍ଗା ଧାରାବାହିକରେ ବି ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’ରେ ବି ନଜର ଆସିଥିଲେ। ସେତେବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା।

ସମ୍ବନ୍ଧିତ ଖବର