ସୂର୍ଯ୍ୟବଂଶୀ ପରେ ଥଲାଇବି, ରାଧେ ଓ ସତ୍ୟମେବ ଜୟତେ-୨ର ମୁକ୍ତିଲାଭକୁ ନେଇ ସଂକଟ

କରୋନା ଯୋଗୁଁ ଗତବର୍ଷ ଚଳଚ୍ଚିତ୍ର ଶିଳ୍ପ ବିପୁଳ କ୍ଷତି ସହିବା ସହ ଅନେକ ଚଳଚ୍ଚିତ୍ର ସୁଟିଂ ହୋଇପାରିନଥିଲା। ସେଥିପାଇଁ ମୁକ୍ତିଲାଭ ମଧ୍ୟ ହୋଇପାରିନଥିଲା। ତେବେ ବର୍ତ୍ତମାନ ମହାରାଷ୍ଟ୍ର ସମେତ ପ୍ରାୟ ୬ଟି ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇସାରିଛି। ଯେଉଁଥିପାଇଁ ଅନେକ ଚଳଚ୍ଚିତ୍ର ଅଭିନେତା କରୋନା ସଂକ୍ରମିତ ହୋଇ ସୁଟିଂ ବନ୍ଦ ରଖିଛନ୍ତି। ପ୍ରଥମେ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ ହେବାରୁ ସୂର୍ଯ୍ୟବଂଶୀର ସୁଟିଂ ଅଧାରେ ରହିଥିଲା। ଯେଉଁଥିପାଇଁ ଏହା ଆଉ ମୁକ୍ତିଲାଭ କରିବ ନାହିଁ ବୋଲି ଏକପ୍ରକାରର ଧରି ନିଆଯାଇଥିଲା।

ସେହିଭଳି କଙ୍ଗନାଙ୍କ ଥଲାଇବିର ସୁଟିଂ ଶେଷ ହୋଇଥିଲେ ମଧ୍ୟ ଏପ୍ରିଲ୍ ୨୩ରେ ମୁକ୍ତିଲାଭ କରିବାକୁ ଥିଲା। ହେଲେ ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାତ୍ରିକାଳୀନ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଶନିବାର ଓ ରବିବାରକୁ ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ନିୟମ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିଷ୍ପତି ହୋଇଛି। ଯେଉଁଥିପାଇଁ ଥଲାଇବି ସମେତ ରାଧେ, ସତ୍ୟମେବ ଜୟତେ-୨ ଭଳି ଅନେକ ଚଳଚ୍ଚିତ୍ର ସେମାନଙ୍କ ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇଦେଇଛନ୍ତି। ଯାହା ମନୋରଂଜନ ଶିଳ୍ପକୁ ବିପୁଳ ପରିମାଣରେ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର