ବାପା ହେଲେ କମେଡି କିଙ୍ଗ୍‌ କପିଲ୍‌ ଶର୍ମା

ମୁମ୍ବାଇ: ଅଭିନେତା ତଥା କମେଡି କିଙ୍ଗ୍‌ କପିଲ୍‌ ଶର୍ମା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତର୍ଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କପିଲ୍‌ ପିତା ହେବା ଖବର ଟୁଇଟ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ତାଙ୍କର ସାଙ୍ଗ ଓ ସମ୍ପର୍କୀୟଙ୍କ ଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।

କପିଲ ଆଜି ଭୋର ୩ଟା ବାଜି ୨୩ ମିନିଟ୍‌ରେ ଏହି ଖୁସି ଖବରକୁ ଟୁଇଟ କରି କହିଥିଲେ, ‘ମୋର ଝିଅଟିଏ ହୋଇଛି। ଏଥିପାଇଁ ଆପଣଙ୍କ ସ୍ନେହ ଓ ଆର୍ଶୀବାଦ ନିହାତି ଆବଶ୍ୟକ। ଜୟା ମା ଦି।’

 

କପିଲ ବାପା ହେବା ଖବର ଜାଣିବା ପରେ ଦିଆ ମିର୍ଜା, ଅକ୍ଷୟ କୁମାର, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହୱାଲ୍‌ଙ୍କ ପରି ଅନେକ ବଲିଉଡ୍‌ ସେଲେବ୍ରିଟି, ଖେଳ ତାରକା ଓ ରାଜନେତା କପିଲ୍‌ଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର