ଆଜି ମୁକ୍ତିଲାଭ କରୁଛି ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ-୩’

ମୁମ୍ବାଇ: ଆଜି (ଡିସେମ୍ବର ୨୦) ମୁକ୍ତିଲାଭ କରୁଛି ଏ ବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ଏଥିରେ ପୁଣି ଥରେ ସଲମାନ ଖାନ୍ ଲୋକପ୍ରିୟ ଚୁଲବୁଲ ପାଣ୍ଡେ ଚରିତ୍ରରେ ଆସୁଛନ୍ତି। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍  ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଦବଙ୍ଗ-୩’ ଏକ ଆକସନ୍ ଫିଲ୍ମ।
ସଲମାନ୍ ଖାନ୍, ଅରବାଜ୍ ଖାନ୍ ଏବଂ ନିଖିଲ ଦ୍ବିବେଦୀ ଏହାର ପ୍ରଯୋଜନା କରିଥିବା ବେଳେ ପ୍ରଭୁ ଦେବା ଏହି ସିନେମାର ନିର୍ଦ୍ଦେଶକ। ସାଜିଦ୍-ୱାଜିଦ୍ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏଥିରେ ଥିବା ମୁନ୍ନା ବଦନାମ୍ ହୁ୍ଆ… ଗୀତଟି ବେଶ୍ ଲୋକପ୍ରିୟ ହୋଇଛି।

Image result for dabangg 3
Image Source-Gulf News

‘ଦବଙ୍ଗ-୩’ ହିନ୍ଦୀ, ତାମିଲ୍, ତେଲ୍ଗୁ ଓ କନ୍ନଡ ଭାଷାରେ ରିଲିଜ୍ ହେଉଛି।ଏହାର ବିତରଣ ଦାୟିତ୍ବରେ ଅଛି ସଲମାନ୍ ଖାନ୍ ଫିଲ୍ମସ୍ ଓ ୟଶରାଜ୍ ଫିଲ୍ମସ୍।
‘ଦବଙ୍ଗ’ ଓ ‘ଦବଙ୍ଗ୨’ ଭଳି ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ତୃତୀୟ ସଂସ୍କରଣ ‘ଦବଙ୍ଗ-୩’ ବି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର