ବକ୍ସ ଅଫିସରେ ରିତିକ ରୋଶନଙ୍କୁ ମାତ୍ ଦେଇପାରିଲେନି ସଲମାନ୍ ଖାନ୍

ମୁମ୍ବାଇ: ବକ୍ସ ଅଫିସରେ ସୁପରଷ୍ଟାର ସଲମାନ୍ ଖାନ୍ ହାର୍ଟଥ୍ରୋବ୍ ରିତିକ ରୋଶନଙ୍କୁ ମାତ୍ ଦେବା ତ ଦୂରର କଥା, ତାଙ୍କ ପାଖ ବି ମାଡ଼ି ପାରିନାହାନ୍ତି। ଏକଥା ଆମେ କହୁ ନାହିଁ, ଏହା ‘ଦବଙ୍ଗ-୩’ର ପ୍ରଥମ ଦିନର ବକ୍ସ ଅଫିସ ରିପୋର୍ଟ କହୁଛି।
ସୂଚନା ଅନୁଯାୟୀ ସଲମାନ୍ ଖାନଙ୍କ ଅଭିନୀତ ‘ଦବଙ୍ଗ-୩’ ପ୍ରଥମ ଦିନ ମାତ୍ର ୨୪ କୋଟି ଟଙ୍କା ଆୟ କରିଛି, ଯାହା ରିତିକ ରୋଶନଙ୍କ ବ୍ଲକବଷ୍ଟର ମୁଭି ‘ୱାର୍’ର ପ୍ରଥମ ଦିନର ଆୟର ଅଧାରୁ ବି କମ୍। ସୂଚନାଯୋଗ୍ୟ ‘ୱାର୍’ର ପ୍ରଥମ ଦିନର ଆୟ ଥିଲା ୫୩.୩୫ କୋଟି ଟଙ୍କା।

Image Source–news18

ଉଲ୍ଲେଖଯୋଗ୍ୟ, ଗତକାଲି ଏ ବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’ ମୁକ୍ତିଲାଭ କରିଥିଲା। ଏଥିରେ ପୁଣି ଥରେ ସଲମାନ ଖାନ୍ ଲୋକପ୍ରିୟ ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିଛନ୍ତି। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଦବଙ୍ଗ-୩’ ଏକ ଆକସନ୍ ଫିଲ୍ମ।
ସଲମାନ୍ ଖାନ୍, ଅରବାଜ୍ ଖାନ୍ ଏବଂ ନିଖିଲ ଦ୍ବିବେଦୀ ଏହାର ପ୍ରଯୋଜନା କରିଥିବା ବେଳେ ପ୍ରଭୁ ଦେବା ଏହି ସିନେମାର ନିର୍ଦ୍ଦେଶକ। ସାଜିଦ୍-ୱାଜିଦ୍ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର