‘ଦବଙ୍ଗ-୩’ସୁଟିଂ ସମୟରେ ଶିବଲିଙ୍ଗକୁ କାଠ ପଟାରେ ଘୋଡ଼ାଇବାକୁ ନେଇ ଉଠିଥିବା ବିବାଦ ଉପରେ କିଛି ଏଭଳି କହି ସଫେଇ ଦେଲେ ସଲମାନ

ମୁମ୍ବାଇ : ଦବଙ୍ଗ-୩ର ସୁଟିଂ ସମୟରେ ଶିବଲିଙ୍ଗ ଉପରେ କାଠ ପଟା ରଖିବା ନେଇ ହୋଇଥିବା ବିବାଦ ଉପରେ ଏବେ ନିଜର ମତ ରଖିଛନ୍ତି ଅଭିନେତା ସଲମାନ ଖାନ୍‌ । ଶିବଲିଙ୍ଗର ସୁରକ୍ଷା ଏବଂ ତାହାର ପବିତ୍ରତା ବଜାୟ ରଖିବା ପାଇଁ କାଠର ପଟା ରଖା ଯାଇଥିଲା । ମୁଁ ନିଜେ ଶିବଙ୍କ ଭକ୍ତ ବୋଲି କହିଛନ୍ତି ସଲମାନ ।

BollywoodLife

ସୂଚନା ମୁତାବକ, ଗୁରୁବାର ‘ଦବଙ୍ଗ-୩’ର ସୁଟିଂ ସେଟ୍‌ରେ ଶିବଲିଙ୍ଗ ଉପରେ କାଠ ପଟା ରଖା ଯାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହାକୁ ନେଇ ମଧ୍ୟପ୍ରଦେଶର ବିପକ୍ଷ ନେତା ଆକ୍ରମକ ହୋଇ ଯିବା ସହ କମଲନାଥ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଯାହା ପରେ ପରେ ସ୍ଥିତି ଖରାପ ହେବାକୁ ଲାଗିଥିଲା । ପରିସ୍ଥିତି ଖରାପ ହେୁଥିବା ଦେଖି ସଲମାନ ନିଜର ପ୍ରତିକ୍ରିୟା ରଖିବା ପରେ ବିବାଦ କିଛିକାଂଶ କମିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର