୨୫ ବର୍ଷର ପୁରୁଣା ରାଜ୍‌ ଖୋଲିଲେ ବଲିଉଡ୍‌ର ଖଳନାୟକ, କହିଲେ; ଦୁଷ୍କର୍ମ ଦୃଶ୍ୟ କରିବା ପୂର୍ବରୁ…

ମୁମ୍ବାଇ : #ମି ଠୁ ଅଭିଯାନ ଆରମ୍ଭ ହେବା ପରେ ବଡ଼ ବଡ଼ ଷ୍ଟାର ଏଥିରେ ଫସିବାରେ ଲାଗିଛନ୍ତି । ଏ ସବୁ ମଧ୍ୟରେ ଅଭିନେତା ଦଲିପ ତାହିଲଙ୍କ ଖୁଲାସା ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ୬୫ ବର୍ଷୀୟ ଦଲିପ ତାହିଲ ୨୫ବର୍ଷ ପୁରୁଣା ଏକ ରାଜ୍‌ ଉପରୁ ପରଦା ଉଠାଇଛନ୍ତି । ୨୫ ବର୍ଷ ତଳେ ସେ ସୁଟିଂ ସେଟ୍‌ରେ କ’ଣ କରିଥିଲେ ସେ ବିଷୟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି ଦଲିପ ତାହିଲ । ଫିଲ୍ମର ନାମ ଏବଂ ନିର୍ଦ୍ଦେଶକଙ୍କ ନାମ ଗୋପନ ରଖି ସେ ଏହି ଘଟଣା ବିଷୟରେ କହିଥିବା ଜଣାପଡ଼ିଛି ।

 

Times Now

ତାଙ୍କ କହିବା ଅନୁଯାୟୀ, ୨୫ବର୍ଷ ତଳେ ଏକ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ନିର୍ଦ୍ଦେଶକ ଆସି ମୋତେ ଫିଲ୍ମରେ ଥିବା ଏକ ଦୃଶ୍ୟ ବିଷୟରେ କହିଥିଲେ । ଫିଲ୍ମରେ ଦୁଷ୍କର୍ମର ଦୃଶ୍ୟ ରହିଛି ଏବଂ ଏ ନେଇ ତୁମକୁ ଅଭିନେତ୍ରୀଙ୍କ ପୋଷାକକୁ ଟାଣି ଚିରିବାକୁ ହେବ ବୋଲି ମୋତେ ନିର୍ଦ୍ଦେଶକ ଜଣାଇଥିଲେ । ସବୁ ଜଣାଇବା ପରେ ଏହି ଦୃଶ୍ୟ ବିଷୟରେ ଅଭିନେତ୍ରୀଙ୍କୁ ଜଣା ନାହିଁ ଏବଂ ତୁମେ କହିବ ନାହିଁ ବୋଲି ସେ ମୋତେ କହିଥିଲେ । କିନ୍ତୁ ମୁଁ ଯାଇ ଅଭିନେତ୍ରୀଙ୍କୁ ସବୁ କଥା ଜଣାଇଥିଲି । ଏ ସବୁ ବିଷୟରେ ଜାଣି ଅଭିନେତ୍ରୀ ଜଣଙ୍କ ମନ ଦୁଃଖ କରିବା ସହ ସୁଟିଂ ସେଟ୍‌ରୁ ଚାଲି ଆସିଥିଲେ । ଏହା ସହ ଘଟଣା ପ୍ରଚାରିତ ହେବାରୁ ନିର୍ଦ୍ଦେଶକ ମଧ୍ୟ ସେଟ୍‌ରୁ ଲୁଚି ପଳାଇଥିଲେ ବୋଲି ଦଲିପ୍‌ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର