ମୁମ୍ବାଇ:  ବଲିଉଡର ଲୋକପ୍ରିୟ ଖଳନାୟକ ଭାବେ ଜଣାଶୁଣା ଦଲିପ ତାହିଲ ଏବେ ନିଜ 'ହିଟ୍ ଆଣ୍ଡ ରନ୍ ମାମଲା'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ମାମଲା ପାଇଁ ତାଙ୍କୁ ୨ମାସ ଜେଲଦଣ୍ଡ ମିଳିଛି। ଏ ମଧ୍ୟରେ ଅଭିନେତାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ସେ ଗ୍ଲାମର ଦୁନିଆର ଅସଲ ଚେହେରା ବିଷୟରେ କହୁଛନ୍ତି। କପଡ଼ା ଫାଡ଼ି ଯାହା ଇଚ୍ଛା ହେବ ତାହା କରିବ, ଆମେ କିଛି କହିବୁନି ବୋଲି ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ ଦୁଷ୍କର୍ମ ଦୃଶ୍ୟର ସୁଟିଂ ପୂର୍ବରୁ କହିଥିବା ସାକ୍ଷାତକାରରେ ଜଣାଇଥିଲେ ଦଲିପ।

Advertisment

ଏହି ଖୁଲାସା ଦଲିପ ତାହିଲ ସେତେବେଳେ କରିଥିଲେ ଯେତେବେଳେ #ମିଠୁ ଅଭିଯାନ ମୁଣ୍ଡ ଟେକିଥିଲା। #ମିଠୁ ଅଭିଯାନ ସମୟରେ ଅନେକ ଅଭିନେତ୍ରୀ ତାଙ୍କ ସହ ହୋଇଥିବା ନିର୍ଯାତନା ବିଷୟରେ କହିଥିବା ବେଳେ ଦଲିପ ଏକ ସାକ୍ଷାତକାରକୁ ଯାଇ ନିଜର ଏକ ଫିଲ୍ମ ବିଷୟରେ ଜଣାଇଥିଲେ। ସେ କହିଥିଲେ “୨୫ବର୍ଷ ପୂର୍ବେ ଯେତେବେଳେ ମୁଁ ଏକ ଦୁଷ୍କର୍ମ ଦୃଶ୍ୟର ସୁଟିଂ କରୁଥିଲି, ସେତେବେଳେ ନିର୍ଦ୍ଦେଶକ ମୋତେ କହିଥିଲେ ଯେ, 'ଯେତେବେଳେ ଦୁଷ୍କର୍ମ ଦୃଶ୍ୟର ସୁଟିଂ ଆରମ୍ଭ ହେବ ତୁମେ ଅଭିନେତ୍ରୀଙ୍କ ପୋଷାକ ଫାଡ଼ି ଦେଇ ଯାହା ଇଚ୍ଛା ହେବ କରିବ। ଆମେ ଏ ବିଷୟରେ ଅଭିନେତ୍ରୀଙ୍କୁ କିଛି କହିବୁ ନାହିଁ। ନିର୍ଦ୍ଦେଶକଙ୍କ ଏହି କଥା ମୋତେ ଜମା ବି ପସନ୍ଦ ଆସିନଥିଲା। ସେଥିପାଇଁ ଏଭଳି କରିବାକୁ ମୁଁ ମନା କରିଦେଇଥିଲି। ଏହା ପରେ ମୁଁ ଅଭିନେତ୍ରୀଙ୍କୁ ଡାକି ସବୁ ଜଣାଇଥିଲି। ସେ କାନ୍ଦି ପକାଇବା ସହ ସେଟରୁ ଚାଲିଯାଇଥିଲେ।