‘ତୁ ହେ ତୋ ଫିର୍‌ ଔର୍‌ କ୍ୟାୟା ଚାହିଏ?’ ଲେଖି ସ୍ବାମୀଙ୍କୁ ଉତ୍ସର୍ଗ କଲେ ଅଭିନେତ୍ରୀ ଦଲ୍‌ଜିତ୍‌ କୌର୍‌

ମୁମ୍ବାଇ: ନିର୍ଯାତନା ଦେଉଥିବା ସ୍ବାମୀ ଶାଲିନଙ୍କଠାରୁ ଅଲଗା‌ ହୋଇ ଏବେ ନୂଆ ଜୀବନସାଥୀ ପାଇ ସାରିଛନ୍ତି ଟିଭି ଅଭିନେତ୍ରୀ ଦଲଜିତ କୌର। ସେ ଦ୍ବିତୀୟ ବିବାହ କରି ନିଜର ଏକ ନୂଆ ସଂସାର ବସାଇଛନ୍ତି। ସେ କେନିଆରେ ନିଜ ପତି ଓ ପିଲାମାନଙ୍କ ସହ ନୂଆ ବୈବାହିତ ଜୀବନକୁ ଉପଭୋଗ କରୁଛନ୍ତି। ଦ୍ବିତୀୟ ବିବାହ ପରେ ଛାଡ଼ପତ୍ରର ଦୁଃଖ ଭୁଲି ପାରିଛନ୍ତି ଦଲ୍‌ଜିତ୍‌।

କିଛି ବର୍ଷ ପୂର୍ବେ ଯେତେବେଳେ ଦଲ୍‌ଜିତ୍‌ଙ୍କ ପ୍ରଥମ ବିବାହ ଭାଙ୍ଗି ଯାଇଥିଲା ତ ତାଙ୍କ ମୁହଁରୁ ହସ ଲିଭି ଯାଇଥିଲା ଯେପରି। ହେଲେ ଏବେ ସେ ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଏବେ ତାଙ୍କ ପ୍ରତ୍ୟେକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଦଲ୍‌ଜିତ୍‌ଙ୍କ ଖୁସିକୁ ସ୍ପଷ୍ଟ କରୁଛି।

ସେ ନିଖିଲଙ୍କୁ ଦ୍ବିତୀୟ ବିବାହ କରିବା ପରେ ଯେପରି ତାଙ୍କ ଜୀବନ ବଦଳି ଯାଇଛି। ସେ ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେ ଭିଡିଓରେ ଦଲ୍‌ଜିତ୍‌ ନିଖିଲଙ୍କ ପାଇଁ ଏକ ସୁନ୍ଦର ଧାଡ଼ି ଲେଖିଛନ୍ତି। ଦଲ୍‌ଜିତ୍‌ ତାଙ୍କ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ତୁ ହେ ତୋ ଫିର୍‌ ଔର୍‌ କ୍ୟାୟା ଚାହିଏ?’ ସେ ଅରଜିତ ସିଂହଙ୍କର ଏହି ଗୀତକୁ ନିଜ ସ୍ବାମୀଙ୍କୁ ଉତ୍ସର୍ଗ କରିଛନ୍ତି।

ଦ୍ବିତୀୟ ବିବାହ ପରେ ସେ ନିଜର ପ୍ରତ୍ୟେକ ସ୍ବତନ୍ତ୍ର ମୁହୂର୍ତ୍ତକୁ ଇନ୍‌ଷ୍ଟାରେ ସେୟାର୍‌ କରିଥାନ୍ତି। ଦଲ୍‌ଜିତଙ୍କ ଏହି ପୋଷ୍ଟ୍‌ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଦଲଜିତ୍‌ଙ୍କ ଚିନ୍ତାଧାରା ହେଉଛି ଜୀବନକୁ ସମସ୍ତେ ଉପଭୋଗ କରିବା ଉଚିତ। ଏ ଅଧିକାର ସମସ୍ତଙ୍କ ନିକଟରେ ରହିବା ଉଚିତ।

ଉଲ୍ଲେଖଯୋଗ୍ୟ, ବିଗ୍ ବସ୍ ୧୬ ପ୍ରତିଯୋଗୀ ତଥା ଅଭିନେତା ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବଞ୍ଚୁଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରି ସାରିଛନ୍ତି ଫାଇନାନ୍ସ କମ୍ପାନିରେ କାମ କରୁଥିବା ବ୍ରିଟେନର ନିଖିଲ ପଟେଲ। ଜାନୁଆରି ୩ରେ ନେପାଳରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ମାର୍ଚ୍ଚରେ ଦୁହିଁଙ୍କ ବିବାହ ହୋଇସାରିଛି।

ସମ୍ବନ୍ଧିତ ଖବର