ମୁମ୍ବାଇ: ନିର୍ଯାତନା ଦେଉଥିବା ଶାଲିନଙ୍କଠାରୁ ଅଲଗା ହୋଇ ନୂଆ ଜୀବନସାଥୀ ପାଇଥିଲେ ଅଭିନେତ୍ରୀ ଦଲଜିତ କୌର। ହେଲେ ତାଙ୍କର ଦ୍ବିତୀୟ ବିବାହ ବି ତିଷ୍ଠି ପାରିଲା ନାହିଁ। ଆପଣ ଜାଣିଥିବେ ଯେ ବିବାହର ୧୦ ମାସ ପରେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ନିଜ ପୁଅ ସହ ଭାରତ ଫେରି ଆସିଛନ୍ତି ଦଲଜିତ୍।
ତେବେ ଏବେ ଦ୍ବିତୀୟ ସ୍ବାମୀଙ୍କଠାରୁ ଜଲ୍ଜିତ ଅଲଗା ହେବାର କାରଣ ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ସେମାନଙ୍କ ବିବାହ ପଛରେ ପରକୀୟା ପ୍ରୀତି ରହିଛି। ଦଲଜିତ କୌରଙ୍କ ଦ୍ବିତୀୟ ସ୍ବାମୀ ନିଖିଲ ପଟେଲ୍ଙ୍କର ବିବାହ ବାହାରେ ସଂପର୍କ ଥିବା ହେତୁ ସବୁକିଛି ଛାଡ଼ି ନିଜ ଦେଶକୁ ଫେରି ଆସିଛନ୍ତି ଅଭିନେତ୍ରୀ।
ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ରୁ ଏହି କଥା ସ୍ପଷ୍ଟ ହୋଇଛି। ନିଖିଲ ତାଙ୍କର ଏକ ପୋଷ୍ଟ୍ରେ ‘ଏସ୍ଏନ୍ ତୁମେ ମୋତେ ଭଲ ବନାଇଛି’’ ବୋଲି ଲେଖିଥିବା ବେଳେ ସେହି ପୋଷ୍ଟରେ ନିଜର ସବୁତକ ରାଗ ଓଜାଡ଼ି ଦେଇଛନ୍ତି ଜଲଜିତ୍। ନିଖିଲଙ୍କୁ ତାଙ୍କର ଏପରି ଆଚରଣ ପାଇଁ ଲାଜ କରିବା ଉଚିତ ବୋଲି ଲେଖିଛନ୍ତି। ସେ ଆହୁରି ବି ଲେଖିଛନ୍ତି ଯେ ‘‘ବିବାହର ୧୦ ମାସ ପରେ ତୁମ ପତ୍ନୀ ତା’ର ପୁଅକୁ ଧରି ତୁମକୁ ଛାଡ଼ି ଚାଲିଗଲା। ପିଲାମାନଙ୍କ ପାଇଁ ଅନ୍ତତଃ ତୁମେ ଟିକେ ଲାଜ କରିବା ଉଚିତ। ମୁଁ ବହୁତ ଦିନ ଧରି ଚୁପ୍ ରହିଲି। ନହେଲେ ମୋ ପାଖରେ କହିବାକୁ ବହୁତ କିଛି ଥିଲା।’’