ମୁମ୍ବାଇ: ନିଜ ଅଭିନୟ ଅପେକ୍ଷା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦଲ୍ଜିତ୍ କୌର୍। ସେ ତାଙ୍କ ଦ୍ବିତୀୟ ବିବାହ ପରେ ଆହୁରି ଅଧିକ ଚର୍ଚ୍ଚାରେ ରହିଛନ୍ତି। ଦଲ୍ଜିତ୍ କୌର୍ ଏବେ ସ୍ବାମୀ ଓ ୩ ପିଲାଙ୍କ ସହ କେନ୍ୟାରେ ସୁଖି ବୈବାହିତ ଜୀବନ ବିତାଉଛନ୍ତି।
ବିବାହ ପରେ ଲୋକ ଯେତେବେଳେ ତାଙ୍କୁ ମାଆ ବନିବା ନେଇ ପ୍ରଶ୍ନ କରିଥିଲେ ପୂରା ପୂରି ମନା କରି ଦେଇଥିଲେ ଦଲ୍ଜିତ୍। ସେ କହିଥିଲେ କି ତାଙ୍କର ୩ ପିଲା ଅଛନ୍ତି ଓ ନିଜ ପିଲାମାନଙ୍କୁ ନେଇ ସେ ବେଶ୍ ଖୁସି ଅଛନ୍ତି। ସେ ପୁଣି ଥରେ ମାଆ ବନିବା କଥା କେବେ ବି ଭାବିନାହାନ୍ତି।
ମାତ୍ର ନିକଟରେ ସେ କରିଥିବା ଏକ ବ୍ଲଗ୍ ପୋଷ୍ଟ୍ ସଭିଙ୍କୁ ଚକିତ କରିଛି। ସମସ୍ତଙ୍କ ମନରେ ସେଇ ଗୋଟାଏ ପ୍ରଶ୍ନ ଯେ ଅଭିନେତ୍ରୀ କ’ଣ ୪୦ ବର୍ଷ ବୟସରେ ପୁଣି ଥରେ ମାଆ ବନିବାକୁ ଯାଉଛନ୍ତି? ସେ ତାଙ୍କ ବ୍ଲଗ୍ରେ କହିଛନ୍ତି ଯେ ତାଙ୍କ ସ୍ବାମୀ ନିଖିଲ ତାଙ୍କୁ ପ୍ରେଗ୍ନେନ୍ସିକୁ ନେଇ ଚିଡ଼ାଉଛନ୍ତି।
ତାଙ୍କ କହିବା କଥା ହେଉଛି ସେ କେଉଁଠାରେ ଗୋଟେ ଶୁଣିଥିଲେ ଯେ ନବବିବାହିତାମାନେ ବିବାହର ୬ କିମ୍ବା ୧ ବର୍ଷ ପର୍ଯ୍ୟନ୍ତ ବାହାଘରରେ ପିନ୍ଧିଥିବା ଚୁଡ଼ାକୁ ହାତରୁ ଖୋଲନ୍ତି ନାହିଁ। ମାଆ ବନିବା ଖବର ମିଳିବା ପରେ ଯାଇ ଚୁଡ଼ା ହାତରୁ ଖୋଲାଯାଏ। ତାଙ୍କ ସ୍ବାମୀ ଏବେ ତାଙ୍କୁ ଏହି କଥା କହି ଚିଡ଼ାଇବାକୁ ଲାଗୁଛନ୍ତି ଯେ ମାଆ ନବନିବା ପର୍ଯ୍ୟନ୍ତ ତୁମେ ଚୁଡ଼ା ଖୋଲିପାରିବ ନାହିଁ। ଏହାକୁ ଖୋଲିବାକୁ ହେଲେ ତୁମକୁ ମାଆ ବନିବାକୁ ପଡ଼ିବ।