ଆପଣ ଜାଣନ୍ତି, ଅମିର୍ ଖାଁଙ୍କ ଫିଲ୍ମ ‘ଦଙ୍ଗଲ୍’ ଭାରତୀୟ ଫିଲ୍ମ ଇତିହାସର ସବୁଠାରୁ ସଫଳ ଫିଲ୍ମ ଭାବେ ରେକର୍ଡ କରି ସାରିଛି। ଫିଲ୍ମଟି ଭାରତରେ ଯେତିକି ବ୍ୟବସାୟ କରିଥିଲା, ଚୀନ୍ରେ ତା’ଠୁ ଆହୁରି ଅଧିକ ଆୟ କରିଥିଲା। ଫିଲ୍ମଟିକୁ ଚୀନ୍ର ଦର୍ଶକମାନେ ଭୁରି ପ୍ରଶଂସା କରିଥିଲେ ଏବଂ ସେଠାକାର ଅନେକ ହଲ୍ରେ ‘ଦଙ୍ଗଲ୍’ ମାସ ମାସ ଧରି ଚାଲିଥିଲା। ନିକଟରେ ଚୀନ୍ରେ ଗତ ବର୍ଷ ସବୁଠାରୁ ଲୋକପ୍ରିୟ ହୋଇଥିବା ଫିଲ୍ମଗୁଡ଼ିକୁ ନେଇ ଏକ ସର୍ବେକ୍ଷଣ କରା ଯାଇଥିଲା। ଆପଣ ଖୁସିହେବେ ଯେ ସେଥିରେ ‘ଦଙ୍ଗଲ୍’ ସବୁଠାରୁ ଉପରେ ରହି ପାରିଛି। ଅର୍ଥାତ୍ ଗତବର୍ଷ ଚୀନ୍ରେ ଯେତିକି ଫିଲ୍ମ ରିଲିଜ୍ ହୋଇଥିଲା, ସେଠାକାର ଦର୍ଶକମାନେ ତା’ ଭିତରୁ ‘ଦଙ୍ଗଲ୍’କୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେବଳ ଭାରତ ଓ ଚୀନ୍ରେ ନୁହେଁ, ‘ଦଙ୍ଗଲ୍’ ଆମେରିକା, କାନାଡା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ, ତାଇଓ୍ଵାନ୍ ଓ ଅନ୍ୟ ଅନେକ ଦେଶରେ ମଧ୍ୟ ଖୁବ୍ ଭଲ ବ୍ୟବସାୟ କରିଛି। ଗତ ଜୁଲାଇ ମାସରେ ପ୍ରକାଶିତ ରିପୋର୍ଟରେ କୁହା ଯାଇଥିଲା ଯେ ଫିଲ୍ମଟି ସେପର୍ଯ୍ୟନ୍ତ ସାରା ବିଶ୍ୱରେ ୨,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ସାରିଥିଲା। ଭାରତୀୟ ପହିଲ୍ବାନ ମହାବୀର ସିଂହ ଫୋଗତ୍ଙ୍କ ଜୀବନୀ ଉପରେ ଆଧାରିତ ‘ଦଙ୍ଗଲ୍’ ରିଲିଜ୍ ହୋଇଥିଲା ୨୦୧୬, ଡିସେମ୍ବର ୨୩ ତାରିଖରେ।
ଚୀନ୍ରେ ଶୀର୍ଷରେ ଦଙ୍ଗଲ୍
/sambad/media/post_attachments/wp-content/uploads/2018/01/Aamir-Khan’s-Dangal-Day-30-in-overseas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)