ମୁମ୍ବାଇ: ପ୍ରତିବର୍ଷ ଅନ୍ତତ ଦର୍ଶକଙ୍କୁ ନିହାତି ଭାବେ ଗୋଟାଏ ହିଟ୍ ଫିଲ୍ମ ଦଉଥିବା ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଆମୀରଙ୍କ ଚଳଚ୍ଚିତ୍ର ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିବା ପରେ ଏବେ ବାଜିମାତ୍ କରିଛି ହଙ୍ଗ୍କଙ୍ଗ୍ରେ । ଏବେ ସୁଦ୍ଧା ସମସ୍ତ ବଲିଉଡ୍ ଚଳଚ୍ଚିତ୍ରଙ୍କ ତୁଳନାରେ ହଙ୍ଗ୍କଙ୍ଗ୍ରେ ଅଧିକ ବ୍ୟବସାୟ କରିପାରିଛି ‘ଦଙ୍ଗଲ’। ଚଳଚ୍ଚିତ୍ରଟି ଇତିମଧ୍ୟରେ ହଙ୍ଗ୍କଙ୍ଗ୍ରେ ୧୯.୫ କୋଟି ବ୍ୟବସାୟ କରିସାରିଲାଣି। ଏପରିକି ରେକର୍ଡ ସୃଷ୍ଟି କରିଥିବା ଆମୀରଙ୍କ ‘୩ ଇଡିୟଟ୍ସ’(୨୦୦୯) ଚଳଚ୍ଚିତ୍ରର ବି ଏହା ରେକର୍ଡ ଭଙ୍ଗ କରିଛି। ହଙ୍ଗ୍କଙ୍ଗ୍ ଏବଂ ମକାଉରେ ‘ଦଙ୍ଗଲ’ ୪୬ଟି ସ୍କି୍ରନ୍ରେ ଦୃଶ୍ୟମାନ ହୋଇଛି, ଯାହାକି ଅନ୍ୟ ବଲିଉଡ୍ ଚଳଚ୍ଚିତ୍ରମାନଙ୍କ ତୁଳନାରେ ୪ଥର ଅଧିକ।
ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ମଲ୍ଲଯୋଦ୍ଧା ମହାବୀର ସିଂହ ଫୋଗତଙ୍କ ଜୀବନୀ ଉପରେ ଆଧାରିତ। ମହାବୀର ତାଙ୍କ ଝିଅ ଗୀତା ଏବଂ ବବିତାଙ୍କୁ କିପରି ବିଶ୍ୱସ୍ତରୀୟ ଯୋଦ୍ଧା ହେବା ପାଇଁ ପ୍ରଶିକ୍ଷଣ ଦେଉଥିଲେ ତାହାକୁ ବେଶ୍ ଜୀବନ୍ତ ଭାବେ ଦେଖାଯାଇଛି ଏଥିରେ। ଏଥିରେ ଆମୀର ଜଣେ ଆଦର୍ଶ ବାପା ଭୂମିକାରେ ନଜର ଆସିଛନ୍ତିି। ଚଳଚ୍ଚିତ୍ରଟି ଏବେ ସୁଦ୍ଧା ବିଶ୍ୱସ୍ତରରେ ୧୮୭.୬୮ ମିଲିୟନ୍ ବ୍ୟବସାୟ କରିସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/dangal-m.jpg)