ବେଙ୍ଗାଲୁରୁ: ଶୃଙ୍ଖଳିତ ସମାଜ ପ୍ରତି ବିପଦ ଥିଲା ରେଣୁକାସ୍ବାମୀ। ଶୁଣାଣି ବେଳେ ଏଭଳି କହିଲେ କନ୍ନଡ ସୁପରଷ୍ଟାର ଦର୍ଶନ। ନିଜ ପ୍ରଶଂସକ ରେଣୁକାସ୍ବାମୀଙ୍କ ହତ୍ୟା ମାମଲାରେ ସେ ଏବେ ଜେଲରେ ଅଛନ୍ତି। ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ ହେବା ପରେ ତାଙ୍କ ଫାର୍ମହାଉସରୁ ତାଙ୍କୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରିଥିଲା ପୁଲିସ | 

Advertisment

ଏବେ ଏହି ମାମଲାର ଶୁଣାଣି ଚାଲିଛି। ଶୁଣାଣି ସମୟରେ ନିଜ ଅପରାଧକୁ ସଠିକ୍ ବୋଲି ପ୍ରମାଣିତ କରିବାକୁ ଯାଇ ଦର୍ଶନ ଦେଇଥିବା ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। ନିକଟରେ କର୍ଣ୍ଣାଟକ ହାଇକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଦର୍ଶନ ଏବଂ ତାଙ୍କ ଓକିଲ ରେଣୁକସ୍ୱାମୀଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ ଆଣିଥିଲେ ଏବଂ କହିଥିଲେ ଯେ, "ସେ ମହିଳାମାନଙ୍କୁ ଅଶ୍ଲୀଳ ଫଟୋ ପଠାଉଥିଲା। ଶୃଙ୍ଖଳିତ ସମାଜ ପ୍ରତି ବିପଦ ଥିଲା ରେଣୁକାସ୍ବାମୀ।"

ଦର୍ଶନଙ୍କ ଓକିଲ ସିଭି ନାଗେଶ କୋର୍ଟରେ ଦାବି କରି କହିଥିଲେ ଯେ, "ରେଣୁକାସ୍ବାମୀଙ୍କ ମନରେ ମହିଳାଙ୍କ ପ୍ରତି କୌଣସି ସମ୍ମାନ ନଥିଲା ଏବଂ ଶୃଙ୍ଖଳିତ ସମାଜ ପ୍ରତି ବିପଦ ଥିଲା। କେବଳ ଦର୍ଶନଙ୍କ ପାର୍ଟନରଙ୍କୁ ନୁହେଁ ସେ ଅନ୍ୟ ମହିଳାଙ୍କୁ ବି ଅଶ୍ଲୀଳ ଫଟୋ ପଠାଉଥିଲେ।"