ନୂଆଦିଲ୍ଲୀ: ଆମୀର ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାରେ ଜାମିନ୍ ପର୍’ ଦେଖିଥିବେ ଯଦି ସେହି ଚଳଚ୍ଚିତ୍ରର ଇଶାନ ଚରିତ୍ରକୁ କେବେ ବି ଭୁଲି ନଥିଲେ। ନିଜର ସରଳପଣରେ ସଭିଙ୍କ ଆଖିରେ ଲୁହ ଆଣି ଦେଉଥିବା ସେ କୁନି ପୁଅ ଆଜି ବଡ଼ ହୋଇ ଯାଇଛନ୍ତି। ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି କେବଳ ଲୋକଙ୍କ ହୃଦୟ ଜିତି ନଥିଲା, ଏହା ଲୋକଙ୍କୁ କନ୍ଦାଇ ଦେଇଥିଲା।
ଆମୀର ଖାନଙ୍କ ଏହି ଫିଲ୍ମରେ ତାଙ୍କ ଛାତ୍ର ବା ଇଶାନଙ୍କ ଭୂମିକାରେ ନଜର ଆସିଥିଲେ। ଦର୍ଶିଲ ସଫାରୀ। ଦୀର୍ଘ ୧୭ ବର୍ଷ ପରେ ଦର୍ଶିଲଙ୍କ ଫଟୋ ଏବେ ସାମ୍ନାକୁ ଆସିଛି। ଏହା ଭିତରେ ସେ ଆହୁରି ସୁନ୍ଦର ହୋଇ ଯାଇଛନ୍ତି। ୨୬ ବର୍ଷୀୟ ଏହି ଯୁବକ ଜଣକ ଏବେ ବେଶ୍ ଆକର୍ଷଣୀୟ ଦେଖା ଯାଉଛନ୍ତି।
View this post on Instagram
ନିକଟରେ ଆମୀର ଖାନଙ୍କ ଝିଅ ଇରା ଖାନ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତି ମୁମ୍ବାଇରେ ଏକ ବିଶାଳ ରିସେପ୍ସନ୍ କରିଥିଲେ, ଯେଉଁଥିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ଏହି ରିସେପ୍ସନରେ ଦର୍ଶିଲ ସଫାରିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା, ଯିଏ ସୁଟ ଏବଂ ବୁଟରେ ବହୁତ ସୁନ୍ଦର ଏବଂ ସ୍ମାର୍ଟ ଦେଖାଯାଉଥିଲେ।
ଏତେ ବର୍ଷ ପରେ ଦର୍ଶିଲଙ୍କୁ ଦେଖି ଅଧିକାଂଶ ପ୍ରଶଂସକ ତାଙ୍କୁ ଚିହ୍ନିବାରେ ସକ୍ଷମ ହୋଇନଥିଲେ। ପ୍ରଶଂସକମାନେ ଦର୍ଶିଲଙ୍କ ଭାଇରାଲ ହେଉଥିବା ଭିଡିଓ ଏବଂ ଫଟୋ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ତାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଇଶାନ ପ୍ରଥମେ ହୋମୱାର୍କ ସଂପୂର୍ଣ୍ଣ କର ଓ ପରେ ବାହାରକୁ ଯାଅ'। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ମୁଁ ଯେତେବେଳେ ତୁମକୁ ଦେଖିଥିଲି, ତୁମେ ବହୁତ ଛୋଟ ଥିଲ, ବର୍ତ୍ତମାନ ତୁମେ ବଡ଼ ହୋଇଯାଇଛ।’’ ଆପଣ କେବେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବେ? ବୋଲି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି।