ଝିଅ ଠାରୁ ଏଭଳି ଶିକ୍ଷା ପାଇଲେ ଅନୁରାଗ, ଯାହାକୁ ସେ ତାଙ୍କ ଆଗାମୀ ସିନେମାରେ ପ୍ରୟୋଗ କରିଛନ୍ତି

ନୂଆଦିଲ୍ଲୀ: ସିନେମା ନିର୍ମାତା ଅନୁରାଗ କଶ୍ୟପ ସର୍ବଦା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ବଲିଉଡ ଓ ରାଜନୈତିକ ପ୍ରସଙ୍ଗ ଉପରେ ଅନୁରାଗ ନିଜର ମତାମତ ରଖିଥାଆନ୍ତି।

ନିକଟରେ ଅନୁରାଗ କହିଛନ୍ତି କି, ପିଲାମାନଙ୍କୁ କିଭଳି ଭାବେ ପାଳିବାକୁ ହେବ ତାହା ସେ ତାଙ୍କ ଝିଅଙ୍କ ଠାରୁ ଶିଖିଛନ୍ତି। ଏହି ମୂଲ୍ୟବାନ ଶିକ୍ଷାକୁ ସେ ତାଙ୍କ ଅଗାମୀ ସିନେମା, ‘ପ୍ୟାର ଉଇଥ ଡିଜେ ମୋହବ୍ବତ’ରେ ବ୍ୟବହାର କରିଛନ୍ତି।

ଅନୁରାଗ କହିଛନ୍ତି, ‘ ଝିଅ ଆଲିଆ କଶ୍ୟପ ୨୨ବର୍ଷର ହୋଇଯାଇଛନ୍ତି। ଆଲିଆ ଦେଶଦେଶ ବୁଲି ତାଙ୍କ ବ୍ଲକ କରି ତାକୁ ନିଜ ୟୁଟୁବରେ ପୋଷ୍ଟ କରିଥାଆନ୍ତି।  ଆଲିଆଙ୍କ ବିଷୟରେ ଆଲୋଚନା କରି ଅନୁରାଗ ସିଦ୍ଧାର୍ଥ କନନଙ୍କୁ କହିଛନ୍ତି, ତାଙ୍କ ଝିଅ ତାଙ୍କୁ ବାସ୍ତବରେ ବାପା-ମା’ଙ୍କ କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ଶିଖାଇଛନ୍ତି। ବାପା-ମା’ ପିଲାମାନଙ୍କୁ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଆମେ କେବଳ ଚାହୁଁ କି ସେମାନେ ସୁରକ୍ଷିତ ରୁହନ୍ତୁ, ତାହା ପୁଣି ଆମର ପରିସ୍ଥିତି ହିସାବରେ।’

ଅନୁରାଗ ଆଲିଆଙ୍କୁ ନେଇ କହିଛନ୍ତି, ‘  ମୋ ଝିଅ ମୋର ମୁହଁ ଉପରେ କହିଥିଲେ କି ମୋର ସଂଘର୍ଷକୁ ନେଇ ତାଙ୍କୁ କୌଣସି ଫରକ ପଡେ ନାହିଁ। ମୁଁ କି ତାଙ୍କ ମା’ ତାଙ୍କୁ ବୁଝି ପାରୁ ନାହୁଁ।। ଅନେକ ଲୋକ ତାଙ୍କୁ ମୋର ସଂଘର୍ଷ କାହାଣୀ କହି ଥାଆନ୍ତି କି କେମିତି ମୁଁ ୫୦୦୦ଟଙ୍କାରେ ମୁମ୍ବାଇ ଆସିଥିଲି।

ଏହାକୁ ଶୁଣି ଝିଅ କୁହନ୍ତି, ‘ କି ମୋତେ ଏହା ଶୁଣି ଦୁଃଖ ଲାଗେ କି ତୁମ ବାପା-ମା’ କେବଳ ତୁମ ପାଠପଢ଼ା ପାଇଁ ଖର୍ଚ୍ଚ କରିଛନ୍ତି। ଯେତେବେଳେ ତୁମେ ଜଣେ ସିନେମା ନିର୍ମାତା ହେବାକୁ ଚାହୁଁଥିଲ। ସେମାନେ ଏଦିଗରେ ବି ଧ୍ୟାନ ଦେବା ଦରକାର ଥିଲା।’

ଆଲିଆ ବାପା ଅନୁରାଗଙ୍କୁ କହିଛନ୍ତି, ‘ମୋତେ ଟଙ୍କା ଦେବାକୁ ହେଲେ କାହା ଠାରୁ ଧାର ନେବା ଦରକାର ନାହିଁ। ତୁମ ପାଖରେ ମୋ ପାଠପଢ଼ା ପାଇଁ ଟଙ୍କା ଥିଲା, ତୁମେ ପାଠ ପଢ଼ାଇ ଦେଇଛ । ଏବେ ମୋର ସଂଘର୍ଷ କେବଳ ମୋ ସହିତ । ମୁଁ ନିଜକୁ ନିଜ ଭଳି ରଖବାକୁ ସଂଘର୍ଷ କରିବାକୁ ପଡ଼ୁଛି। ମୁଁ ୟୁଟ୍ୟୁବ କରି ସେଥିରୁ ରୋଜଗାର କରୁଛି। ତେଣୁ ଏଥିରୁ କେତେ ରୋଜଗାର କରୁଛି ତାହା ତୁମକୁ ଜାଣିବା ଦରକାର ନାହିଁ। ମୁଁ ଯେମିତି ବି ରୋଜଗାର କରୁଛି , ରୋଜଗାର ତ କରୁଛି ନା। ନିଜର ଭଡ଼ା ନିଜେ ଦେଉଛି। ତୁମକୁ କ’ଣ ଅସୁବିଧା ହେଉଛି।’

ସମ୍ବନ୍ଧିତ ଖବର