ନୂଆଦିଲ୍ଲୀ: ସିନେମା ନିର୍ମାତା ଡେଭିଡ ଧାୱନ ବଲିଉଡକୁ ଅନେକ ହିଟ ସିନେମା ଭେଟି ଦେଇଛନ୍ତି। ଡେଭିଡଙ୍କ ସିନେମାରେ କମେଡି ସହିତ ରୋମାନ୍ସ ଭରପୁର ରହିଥାଏ। କିନ୍ତୁ ଏବେ ଡେଭିଡ ବଛାବଛା ସିନେମା କରୁଛନ୍ତି।
ଏବେ ଓଟିଟିର ଟ୍ରେଣ୍ଡ ଚାଲିଛି କିନ୍ତୁ ଏହାକୁ ନେଇ ଡେଭିଡ ଆଦୌ ସନ୍ତୋଷ ନୁହନ୍ତି। ସେ ଆଜି ବି ଥିଏଟରକୁ ଭଲ ପାଆନ୍ତି। ସେଥିପାଇଁ ସେ ଓଟିଟି କଳାକାରମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଡେଭିଡ କହିଛନ୍ତି, ‘ବାସ୍ତବ ଦମ ତ ଥିଏଟରରେ ହିଁ ଦେଖିବାକୁ ମିଳିଥାଏ।’
ସିନେମା ନିର୍ମାତା ଡେଭିଡ ଧାୱନ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ ମାନୁଛି ଏବେ ବି ଥିଏଟରରେ ସିନେମା ଦେଖିବାର ଯାଦୁ ଶେଷ ହୋଇନାହିଁ। ମୋ ମତରେ ଓଟିଟି ସିନେମା ନିର୍ମାତାମାନଙ୍କ ପାଇଁ ଏକ ସୁରକ୍ଷିତ ପ୍ଲାଟଫର୍ମ। ଯେଉଁଥିରେ ତାଙ୍କୁ ମିଡିଆ ଟେଷ୍ଟିଙ୍ଗ ଓ ବକ୍ସ ଅଫିସ ରେଜଲ୍ଟ ଚାପରୁ ବଞ୍ଚିବାର ଅନୁମତି ରହିଛି। କିନ୍ତୁ ଥିଏଟରକୁ ଓଟିଟି କେବେ ହରାଇ ପାରିବ ନାହିଁ। ଥିଏଟର ଆସ ନିଜ ଦମ ଦେଖାଅ। ଥିଏଟରରେ ବସି ଦର୍ଶକ ସିନେମା ଦେଖିବା ପରେ ଯେଉଁ ପ୍ରଶଂସା ମିଳିଥାଏ ଯେଉଁ ତାଳି ମିଳିଥାଏ ତାହା ଓଟିଟି ପ୍ଲାଟଫର୍ମରେ ମିଳି ନଥାଏ।’
ଡେଭିଡ ଧାୱନଙ୍କ କାମ କଥା କହିବାକୁ ଗଲେ ସେ ତାଙ୍କ ପୁଅ ବରୁଣ ଧାୱନଙ୍କ ସହିତ ରୋମାଣ୍ଟିକ କମେଡି ସିନେମା କରିବେ। ଏହି ସିନେମାର ଶୀର୍ଷକ ‘ଯବାନି ତୋ ଇସ୍କ ହୋନା ହୈ-ତୟ କି ଗଇ ହୈ’ । ଏହା ୨୦୨୫ ଅକ୍ଟୋବରରେ ରିଲିଜ ହେବା ପାଇଁ ଯୋଜନା କରାଯାଇଛି। କିନ୍ତୁ ଏଯାବତ ସିନେମାକୁ ନେଇ କୌଣସି ଅଧିକାରିକ ଭାବେ ଘୋଷଣା କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/1edb0974-6dd1-45fd-bb25-651314e5facd.jpg)