ଏକା ସାଙ୍ଗେ ୨୯ଟି ସିନେମା, ସେଥିରୁ ୧୫ଟି ସୁପରହିଟ୍‌ ଫିଲ୍ମ ଦେଇଥିବା ଏହି ଯୋଡି କାହିଁକି ଏକାଠି କାମ କରୁ ନାହାନ୍ତି ?

ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ ପ୍ରଥମ ଥର ଲାଗି ସଲମାନ୍‌ ଖାନ୍‌ ଓ ଗୋବିନ୍ଦାଙ୍କୁ ଏକାଠି ଆଣିଥିଲେ ‘ପାର୍ଟନର୍‌’ । ପ୍ରକୃତରେ ଏହା ନୁହେଁ ବରଂ ଏ ଦୁଇ କଳାକାର ଆଗରୁ ଅନ୍ୟ ଏକ ସିନେମାରେ କାମ କରିବାର ଥିଲା । ଜାଣନ୍ତୁ ସେହି ସିନେମା ସଂପର୍କରେ ।

ନିର୍ଦ୍ଦେଶକ ଡେଭିଡ ଧଓ୍ଵନ୍‌ ‘ରାଜୁ ରାଜା ରାମ୍‌’ ଟାଇଟଲ୍‌ ରେ ଏକ କମେଡି ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ସମୟରେ ଗୋବିନ୍ଦାଙ୍କ ଡିମାଣ୍ଡ ଖୁବ୍‌ ଅଧିକ ଥିଲା । ଏଥିରେ ରାଜୁ ଭୂମିକାରେ ଜ୍ୟାକି ଶ୍ରଫ୍‌, ରାଜା ଭୂମିକାରେ ଗୋବିନ୍ଦା ଓ ରାମ୍‌ ଚରିତ୍ରରେ ନଜର ଆସି ଥାଆନ୍ତେ ସଲମାନ୍‌ । ଏ ତିନି ଜଣ ଯାକ ଜଣେ ଯୁବତୀ ( ମନୀଷା କୋଇରାଲା)ଙ୍କୁ ପ୍ରେମ ନିବେଦନ କରୁଥିବାର କାହାଣୀ ଥିଲା ଫିଲ୍ମରେ । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତି ପରେ ଆକସ୍ମିକ ଭାବେ ପ୍ରଯୋଜନା ସଂସ୍ଥା ଆର୍ଥିକ ସଂକଟ ଦେଇ ଗତି କରିଥିଲା । ଫଳତଃ ଏହାର କାମ ଆଗକୁ ଯାଇପାରିନଥିଲା । ‘ରାଜୁ ରାଜା ରାମ୍‌’ ବି ପରେ ନିର୍ମିତ ହୋଇନଥିଲା। ତା’ନହେଲେ ଗୋବିନ୍ଦା-ସଲମାନ୍‌ ଖାନ୍‌ଙ୍କୁ ଏକାଠି ଏହି ସିନେମାରେ ପ୍ରଥମେ ଦେଖିବାକୁ ପାଇଥାଆନ୍ତେ ଦର୍ଶକ ।

ତେବେ ଆପଣ ଜାଣନ୍ତି କି ଡେଭିଡ଼ ଏବଂ ଗୋବିନ୍ଦା ଏକା ସାଙ୍ଗେ ୨୯ଟି ସିନେମାରେ କାମ କରିଥିଲେ । ଏଥିରୁ ୧୫ଟି ଥିଲା ସୁପରହିଟ୍‌। ହେଲେ ‘ପାର୍ଟନର୍‌’ପରେ ଡେଭିଡଙ୍କ ନିର୍ଦ୍ଦେଶିତ ଅନ୍ୟ କୌଣସି ସିନେମାରେ ଗୋବିନ୍ଦା କାମ କରି ନାହାନ୍ତି। ଏହାର କାରଣ ହେଲା ଚଷମେ ବଦୁର ସିନେମାରେ ଡେଭିଡ୍‌ ଗୋବିନ୍ଦାଙ୍କୁ ନେବାର ଠିକ୍‌ କରିଥିଲେ ,କିନ୍ତୁ ଶେଷ ସମୟରେ ଗୋବିନ୍ଦାଙ୍କୁ ନେଲେ ନାହିଁ। ଫଳତଃ ଉଭୟଙ୍କ ସଂପର୍କରେ ତିକ୍ତତା ଦେଖାଗଲା।

ସମ୍ବନ୍ଧିତ ଖବର