ସେବ୍ୟଙ୍ଗ କବିତା ଲେଖୁଥିଲେ। ପରେ ରେଡିଓ ଜକି ଓ ବିଭିନ୍ନ ମନୋରଞ୍ଜନ ଚ୍ୟାନେଲରେ ଉଚ୍ଚପଦରେ ରହି କାର୍ଯ୍ୟ କଲେ। ହେଲେ ସେଥିରୁ ଆତ୍ମସନ୍ତୋଷ ପାଇଲେନି। ଏଣୁ କଲମ ଧରି ସିନେଜଗତରେ କିଛି ନୂଆ କରିବାର ସଂକଳ୍ପ ନେଲେ। ଆଉ ଅଳ୍ପ ସମୟ ଭିତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ବି ହୋଇଛନ୍ତି ପ୍ରିୟବ୍ରତ ପଣ୍ଡା। ଏବେ ସେ ଓଡ଼ିଆ ସିନେ-ପରିସରର ଜଣାଶୁଣା କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ। ‘ତରଙ୍ଗ’ରେ ପ୍ରସାରିତ ମେଗା ଧାରାବାହିକ ‘ରାନୀ’ ଓ ‘ଶଙ୍ଖାସିନ୍ଦୂର’ର କିଛି ଏପିସୋଡ୍ ଲାଗି ସେ ପ୍ରଥମେ ସଂଳାପ ଲେଖିଲେ। ଏହାପରେ ମେଗା ଧାରାବାହିକ ‘ତେଜସ୍ବିନୀ’ର ସଂଳାପ ରଚନାରେ ମନୋନିବେଶ କଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସଂପ୍ରତି ‘ଜୀ-ସାର୍ଥକ’ରେ ପ୍ରସାରିତ ମେଗା ଧାରାବାହିକ ‘ତୁମ ବିନା’ର ବି ସେ ସଂଳାପକାର।
ପ୍ରିୟବ୍ରତ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ବାପା ସୁପରମ୍ୟାନ୍’ରୁ ସିନେମାରେ ସଂଳାପ ଲେଖା ଆରମ୍ଭ କରିଥିଲେ। ଏହାପରେ ଆଶୁତୋଷ ଦାସଙ୍କ ନିର୍ଦ୍ଦେଶିତ ‘ଅଧୁରା ପ୍ରେମକାହାଣୀ’, ବିଶ୍ବରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ମୁଖାଗ୍ନି’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ସେ। ଏବେ ତାଙ୍କର ଦୁଇଟି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି- ‘ଆଇ ଲଭ୍ ୟୁ ୨’ ଏବଂ ‘କଫି ସପ୍’। ସୁଧାଂଶୁ ମୋହନ ସାହୁ ଉଭୟର ନିର୍ଦ୍ଦେଶକ। ସଂପ୍ରତି ସେ ନୂଆ ଟେଲି ସିନେମା ‘ପାରି କରିବେ ଭୋଳାଶଙ୍କର ୩’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଏଣେ ଏକ ନୂଆ ସିନେମା କାମରେ ବ୍ୟସ୍ତ ଅଛନ୍ତି।
କପିପେଷ୍ଟ ସିନେମା ନ କରିବାର ନିଷ୍ପତ୍ତି ନେଇ ଅଳ୍ପ ଦିନ ଭିତରେ ଅନେକାଂଶରେ ସଫଳ ହୋଇଛନ୍ତି ସେ। ଏବେ ଓଲିଉଡ୍ର ଜଣେ ବ୍ୟସ୍ତ ଲେଖକ ପ୍ରିୟବ୍ରତ ପଣ୍ଡାଙ୍କ ସଂପର୍କରେ କିଞ୍ଚିତ କଥା
ଖାଲି ସିନେମା ନୁହେଁ, ପ୍ରିୟବ୍ରତ ପଣ୍ଡା ଟେଲି ସିନେମା ଓ ୱେବ୍ ସିରିଜ୍ ପାଇଁ ମଧ୍ୟ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି। ଏଥି ମଧ୍ୟରେ ରହିଛି ଜୀ-ସାର୍ଥକରେ ପ୍ରଦର୍ଶିତ ‘କନ୍ୟାଦାନ’, ‘ପାରି କରିବେ ଭୋଳାଶଙ୍କର ୨’, ‘ବୋହୂ ଆମର ମେଟ୍ରିକ୍ ଫେଲ୍’ ଏବଂ ତରଙ୍ଗରେ ପ୍ରଦର୍ଶିତ ‘ମୋ ଜେଜେଙ୍କ ଲଭ୍ଷ୍ଟୋରି’। ଏହାଛଡ଼ା ସେ ଲୋକପ୍ରିୟ ୱେବ୍ ସିରିଜ୍ ‘ଛାଡ଼ପତ୍ର’ର ମଧ୍ୟ ଲେଖକ। ପ୍ରିୟବ୍ରତଙ୍କ ସମସ୍ତ ସିନେମାର କଥାବସ୍ତୁ ମୌଳିକ। ଏ ନେଇ ସେ କହନ୍ତି, ‘‘ମୁଁ କେବେ ବି ଛାପା କି ଉତ୍ତରା ସିନେମା କରିବିନି ବୋଲି ନିଷ୍ପତ୍ତି ନେଇ ଏ ଲାଇନ୍ରେ ପଶିଛି। ଏବେ ସମସ୍ତଙ୍କର ମନୋଭାବ ବଦଳିଛି, କେବଳ ମୌଳିକ କାହାଣୀ ଉପରେ ସିନେମା ତିଆରି ହେଉଛି। ଏହା ଖୁବ୍ ଭଲ ଲକ୍ଷଣ।’’ ଭବିଷ୍ୟତରେ କେବେ ବି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଆଗ୍ରହୀ ନୁହନ୍ତି ପ୍ରିୟବ୍ରତ ପଣ୍ଡା। ସେ ସିନେମା ସହିତ ଲେଖନର ବିଭିନ୍ନ ଦିଗକୁ ନେଇ ନୂଆ କିଛି କରିବାକୁ ଚାହାନ୍ତି।
-ଶିବଶଙ୍କର ଓଝା