ମୁମ୍ବାଇ: ତାମିଲନାଡୁରେ ନିର୍ଦ୍ଦେଶକ ପା. ରଞ୍ଜିଥଙ୍କ ଫିଲ୍ମ 'ଆର୍ୟା'ର ସୁଟିଂ ସମୟରେ ଷ୍ଟଣ୍ଟ ଚାଲିଥିଲା। ଏହି ଷ୍ଟଣ୍ଟ କରୁଥିବା ବେଳେ ଷ୍ଟଣ୍ଟମ୍ୟାନ୍ ଏସଏମ ରାଜୁଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୁଃଖଦ ଦୁର୍ଘଟଣା ପରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଥିବା ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନଙ୍କ ପାଇଁ ବୀମା କରିଛନ୍ତି।
ଅକ୍ଷୟ କୁମାର ସାରା ଭାରତରେ ପ୍ରାୟ ୭୦୦ଜଣ ଷ୍ଟଣ୍ଟମ୍ୟାନ୍ ଏବଂ ଷ୍ଟଣ୍ଟଓମେନମାନଙ୍କ ପାଇଁ ଜୀବନ ବୀମା କରାଇଛନ୍ତି। ଅକ୍ଷୟ କୁମାରଙ୍କ ଏହି ପଦକ୍ଷେପରେ, ଆକ୍ସନ୍ କ୍ରୁ ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ବୀମା ଦିଆଯାଇଛି।
ଷ୍ଟଣ୍ଟମ୍ୟାନମାନଙ୍କ ପାଇଁ ଅକ୍ଷୟଙ୍କ ଏହି ବଡ଼ ପଦକ୍ଷେପକୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରା ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/18/2b4f35a8-c4c3-4d9d-866d-f17131e3f7d3-2025-07-18-18-41-36.jpg)