ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଛାତ୍ର ଦେବାନନ୍ଦ ଚଳଚ୍ଚିତ୍ର ‘ଗୁରୁଦେବ’ର ନାୟକ ସାଜିଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସରୋଜକାନ୍ତ। ଓଡ଼ିଆ ସିନେଜଗତରେ ଏଇ ଚଳଚ୍ଚିତ୍ର ଦେବାନନ୍ଦଙ୍କୁ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି। ହର ପଟ୍ଟନାୟକଙ୍କ ଛାତ୍ର ହୋଇଥିଲେ ମଧ୍ୟ ତାଙ୍କ ସହ କାମ କରିପାରିଲେନି ବୋଲି ଅବସୋସ କରନ୍ତି ଦେବାନନ୍ଦ।
୨୦୧୧ରେ ତାଙ୍କୁ ନେଇ ହର ପଟ୍ଟନାୟକ ଏକ ସିନେମା ନିର୍ମାଣ ଆରମ୍ଭ କରିଥିଲେ, ହେଲେ ହଠାତ ପରପାରିକୁ ଚାଲିଗଲେ। ହେଲେ ଗୁରୁଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିଲା। ସେ ପୁଣି ଏକା ଏକା ସଂଘର୍ଷ ଆରମ୍ଭ କଲେ। ଆଜି ଦେବାନନ୍ଦ ଚଳଚ୍ଚିତ୍ରର ନାୟକ ସାଜିଲେ। ଏହାର ପ୍ରଯୋଜନା କରୁଛନ୍ତି ସତ୍ୟଜିତ ତ୍ରିପାଠୀ ଏବଂ ସହ ପ୍ରଯୋଜନା କରୁଛନ୍ତି ଅରବିନ୍ଦ ସାହୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ଏବଂ ସଂଳାପ ରଚନା କରିଛନ୍ତି ମନୋରଂଜନ ଦାସ। ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଉଛନ୍ତି ସରୋଜକାନ୍ତ।
‘ଗୁରୁଦେବ’ ଚଳଚ୍ଚିତ୍ରରେ ଦେବାନନ୍ଦଙ୍କ ସହ ପ୍ରମୁଖ ଭୂମିକାରେ ଅଛନ୍ତି ପିୟାଲୀ, ମନୋଜ ମିଶ୍ର, ଦୈତାରୀ ପଣ୍ଡା, ଶିବ, କାଳି ଓ ଚୌଧୁରୀ ବିକାଶ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/gurudev-film.jpg)