କନ୍ୟା ସନ୍ତାନର ମାତାପିତା ହେଲେ ଦେବିନା-ଗୁରମିତ୍

ମୁମ୍ବାଇ: କନ୍ୟା ସନ୍ତାନର ମାତାପିତା ହେଲେ ରିଲ୍ ଲାଇଫ୍ ରାମ-ସୀତା। ଗତକାଲି ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ। ବିବାହର ପ୍ରାୟ ୧୦ବର୍ଷ ପରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଅଭିନେତା ଗୁରମିତ୍ ଚୌଧୁରୀ ଓ ଅଭିନେତ୍ରୀ ଦେବିନା ବାନାର୍ଜୀ। ଏହି ଦମ୍ପତି ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନିଜ ଶିଶୁର ପ୍ରଥମ ଝଲକ ଦେଖାଇ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି।

ସେୟାର କରାଯାଇଥିବା ଭିଡିଓରେ ଦେବିନା ଏବଂ ଗୁରୁମିଜ୍ ଚୌଧରୀ ସେମାନଙ୍କର ନବଜାତ ଶିଶୁର ଛୋଟ ହାତ ଧରିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦୁହେଁ ତାଙ୍କ ଘରକୁ ଏକ ଛୋଟ ପରୀ ଆସିଛି ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି। ଭିଡିଓ ସହିତ ଥିବା କ୍ୟାପସନରେ ଏହି ଦମ୍ପତି ଲେଖିଛନ୍ତି, ଅତ୍ୟଧିକ କୃତଜ୍ଞତା ସହିତ ଆମେ ଆମର ଶିଶୁ କନ୍ୟାକୁ ଏହି ଦୁନିଆକୁ ସ୍ୱାଗତ କରୁଛୁ।

ଗତକାଲି ଶିଶୁକନ୍ୟା ଜନ୍ମ ହୋଇଥିବା ବିଷୟରେ ଲେଖିଥିବା ସହ ଆଜି ସେ ଏହାର ଭିଡିଓ ସେୟାର କରୁଥିବା କହିଛନ୍ତି। ତେବେ କେବଳ ଦେବିନା-ଗୁରମିତ ନୁହନ୍ତି, ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏକ ଶିଶୁପୁତ୍ରକୁୂ ଜନ୍ମ ଦେଇଥିଲେ। କମେଡି କୁଇନ୍ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ ସେମାନଙ୍କ ଘରେ ଏକ ପୁଅ ଜନ୍ମ ହୋଇଛି। ଆଉ ଏହା ଜଣାପଡିବା ପରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରେଟି ଏହି ଦମ୍ପତ୍ତିଙ୍କୁ ଇନଷ୍ଟା ପୋଷ୍ଟରେ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର