ବାପା ହେବାବେଳକୁ ଏହି ଜିନିଷକୁ ଘରେ ରଖିବେ ନାହିଁ ବିରାଟ

ମୁମ୍ବାଇ: ପ୍ରଖ୍ୟାତ କ୍ରିକେଟର୍‌ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ଏବେ ସୁଖୀ ବିବାହିତ ଜୀବନ ବିତାଉଛନ୍ତି। ନିଜ ଜୀବନରେ ସେ ଅନୁଷ୍କାଙ୍କୁ ଏବେ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି ବିରାଟ କୋହଲୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ତାଙ୍କ ଜୀବନକୁ ଆସିବାପରେ ତାଙ୍କର ଅନେକ କଥାରେ ପରିବର୍ତ୍ତନ ଆସିଛି। ବିରାଟ କହିଛନ୍ତି ଯେ ପତ୍ନୀ ଅନୁଷ୍କା ଖୁବ୍‌ ଧାର୍ମିକ ସ୍ୱଭାବର। ଏହାବି ତାଙ୍କୁ ପ୍ରଭାବିତ କରିଛି। ଏହା ଭିତରେ ବିରାଟ ଏବଂ ଅନୁଷ୍କା ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ତାହା ହେଲା ଯେ ଉଭୟେ ବାପା ମାଆ ହେବାପରେ ନିଜ ଘରେ ଥିବା ସବୁ ଟ୍ରଫିକୁ ହଟାଇ ଦେବେ। ଅର୍ଥାତ୍‌ ଘରେ ବିରାଟଙ୍କୁ ମିଳିଥିବା ବିଭିନ୍ନ ଟ୍ରଫି ଆଉ ଘରେ ରହିବ ନାହିଁ।

ଏଭଳି କରାଯିବା ପଛରେ ବି ଅନୁଷ୍କାଙ୍କର ସମ୍ମତି ରହିଛି। ଏଭଳି କରିବା କଥା କାହିଁକି ସେ ଚିନ୍ତା କଲେ ବୋଲି ପଚରାଯିବାରୁ ବିରାଟ କହିଛନ୍ତି ଯେ ସାଧାରଣତଃ ଲୋକପ୍ରିୟ ଲୋକଙ୍କ ପିଲାମାନଙ୍କ ଉପରେ ଚାପ ରହିଥାଏ। ସେମାନେ ଆଗକୁ ବଢ଼ିବା ପାଇଁ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାନ୍ତି।ଏଣୁ ବାପା ମାଆ ହିସାବରେ ଉଭୟ ବିରାଟ ଏବଂ ଅନୁଷ୍କା ଚାହାଁନ୍ତି ନାହିଁ କି ପିଲାମାନଙ୍କୁ ସେଭଳି ସମସ୍ୟାର ସାମ୍ନା କରିବାକୁ ପଡ଼େ। ଆଉ ଏକ ବଡ଼ କଥା ହେଲା ଯେ ବାପା-ମାଆ ହେବାପରେ ସେଦୁହେଁ ପିଲାଙ୍କୁ ଅଧିକ ସମୟ ଦେବେ।

ସମ୍ବନ୍ଧିତ ଖବର