ପ୍ରଥମଥର ପାଇଁ ଏହି ନାୟିକା ଏବଂ ନିର୍ଦ୍ଦେଶକଙ୍କ ସହିତ କାମ କରିଲେ ନାୟକ ଦୀପକ

ଭୁବନେଶ୍ବର: ଓଲିଉଡ଼ର ଅନ୍ୟତମ ଲୋକପ୍ରିୟ ନାୟକ ଦୀପକଙ୍କୁ ମିଳିଛି ଏକ ନୂଆ ସିନେମା। ନିକଟରେ ତାଙ୍କର ଅଭିନୀତ ଏକ ଫିଲ୍ମ “ଜୋରକା ଝଟକା ‘ ପରଦାକୁ ଆସିଥିଲା ।

ଓଲିଉଡ଼ ନାୟକ ଦୀପକଙ୍କ ଫ୍ୟାନମାନଙ୍କ ପାଇଁ ଏକ ଭଲ ଖବର । ତା’ ହେଲା ଯେ ଦୀପକ ପ୍ରଥମ ଥର ପାଇଁ ଜଣେ ନାମୀ ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି । ଏହି ନିର୍ଦ୍ଦେଶକଜଣକ ହେଲେ ସୁଧାକର ବସନ୍ତ ।

ସୁଧାକରଙ୍କ ନିର୍ଦ୍ଦେଶନାରେ ଅନୁଭବ,ଅରିନ୍ଦମ୍,ବାବୁସାନ୍ ଓ ସମ୍ବିତଙ୍କ ଭଳି ଅଧିକାଂଶ ଆଗ ଧାଡ଼ିର ନାୟକ କାମ କରିଛନ୍ତି,ହେଲେ ଦୀପକଙ୍କୁ ପ୍ରଥମ ଥର ଲାଗି ଏହି ସୁଯୋଗ ମିଳିଛି ।

ଯେଉଁ ଓଡ଼ିଆ ସିନେମାରେ ଦୀପକ ପ୍ରଥମ ଥର ଲାଗି ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ସହ କାମ କରିବାକୁ ଯାଉଛନ୍ତି , ତାର ଟାଇଟଲ୍ ହେଲା ’ଧଡ଼କନରେ ତୁ’।ଏହି ଫିଲ୍ମରେ ଦୀପକ ପ୍ରଥମ ଥର ପାଇଁ ନାୟିକା ଭାବେ ସସ୍ମିତାଙ୍କ ସହିତ ସ୍କ୍ରିନ୍ ସେଆର୍ କରିବେ । ସସ୍ମିତା ହେଉଛନ୍ତି ସେହି ନାୟିକା.ଯିଏ ‘ହାପି ଲକି’ସିନେମା ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ।

ସମ୍ବନ୍ଧିତ ଖବର