ମୁମ୍ବାଇ: ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଅଭିନେତା ରଣବୀର୍ ସିଂହଙ୍କ ବିବାହକୁ ନେଇ ସେମାନଙ୍କ ପ୍ରଶଂସକ କାହିଁ କେତେ ଦିନରୁ ଚାହିଁ ରହିଥିବାବେଳେ ଏବେ ଦୀପିକାଙ୍କୁ ନେଇ ଏକ ଖବରର ଖୁଲାସା ହୋଇଛି। ଆଉ ସେହି ଖବରଟି ହେଉଛି ଏଇଆ ଯେ,ଅଭିନେତ୍ରୀ ଦୀପିକା ତାଙ୍କର ତଥାକଥିତ ପ୍ରେମିକ ରଣବୀର୍ ସଂହଙ୍କୁ ବିବାହ କରିବା ଲାଗି ୬୦୦ କୋଟି ଟଙ୍କାଙ୍କୁ ପାଦରେ ଆଡ଼େଇ ଦେବା ସହିତ ତାଙ୍କ କ୍ୟାରିଅର୍କୁ ବି ବାଜି ଲଗେଇ ଦେଇଛନ୍ତି। ତେବେ ଏହା ମଧ୍ୟ କରିବା ସ୍ୱାଭାବିକ!କାରଣ କଥାରେ ଅଛି କି ନିଜ ପ୍ରେମକୁ ପାଇବା ଲାଗି ମଣିଷ କିଛି ବି ହେଲେ କରିପାରେ।
ସୂଚନା ଅନୁଯାୟୀ,ଏହି କିଛି ଦିନ ହେବ ବଲିଉଡ଼୍ ପ୍ରେମୀଯୁଗଳ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଅଭିନେତା ରଣବୀର୍ ସିଂହଙ୍କ ବିବାହକୁ ନେଇ ଖବର ପ୍ରସାରିତ ହେଉଥିବାବେଳେ , ଦୀପିକାଙ୍କୁ ନେଇ ରଣବୀର୍ଙ୍କ ପାଗଳାମୀ ତ ସମସ୍ତଙ୍କୁ ଜଣା ଅଛି। ହେଲେ ଦୀପିକା ପାଦୁକୋନ୍ ଯେ ପ୍ରେମିକ ରଣବୀର୍ଙ୍କୁ ବିବାହ କରିବା ଲାଗି ୬୦୦ କୋଟି ଟଙ୍କାର ହାତଛଡ଼ା କରିଥିବେ ତାହା ହୁଏତ କାହାରିକୁ ବିଶ୍ୱାସ ହେବନି। ହେଲେ ଏହା ଶହେରୁ ଶହେ ପ୍ରତିଶତ ସତ ଅଟେ।
ଏଇ ନିକଟରେ ବଲିଉଡ଼୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ହଲିଉଡ଼ ଫିଲ୍ମ ‘ଏକ୍ସ ଏକ୍ସ ଏକ୍ସ ଦ ରିଟର୍ଣ୍ଣ ଅଫ୍ ଜାଣ୍ଡାର କେଜ୍’ର ସିକ୍ୱେଲ୍ ଲାଗି ଅଫର୍ ମିଳିଥିଲା। ଦୀପିକା ମଧ୍ୟ କିଛି ଦିନ ପୂର୍ବରୁ ଆମେରିକା ଯାଇଥିଲେ। ହେଲେ ଯେତେବେଳେଏହାର ନିର୍ଦ୍ଦେଶକ ଡିଜେ କାରୋଜେ ‘ଏକ୍ସ ଏକ୍ସ ଏକ୍ସ ଦ ରିଟର୍ଣ୍ଣ ଅଫ୍ ଜାଣ୍ଡାର କେଜ୍’ର ସୁଟିଂ ତାରିଖ ବିଷୟରେ କହିଥିଲେ,ସେତେବେଳେ ଅଭିନେତ୍ରୀ ଦୀପିକା ଭାବିଚିନ୍ତି ହିଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ ଓ ମୁମ୍ବାଇ ଫେରିଆସିଲେ। ଏହାରି କାରଣ ଦୀପିକା ଓ ରଣବୀର୍ଙ୍କ ବିବାହ ତାରିଖ ସହିତ ସୁଟିଂ ତାରିଖର ସମାନ ତାଳମେଳ ବୋଲି ଶୁଣିବାକୁ ମିଳୁଛି।