ମୁମ୍ବାଇ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ବିବାହ ବନ୍ଧନରେ ଆନୁଷ୍ଠାନିକ ଭାବେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଇଟାଲିର ଲେକ୍ କୋମୋଠାରେ ଦୀପିକାଙ୍କ ବଂଶର କୋଙ୍କଣୀ ରୀତି ଅନୁସାରେ ଆଜି ବିବାହ ସରିଛି। ଆସନ୍ତାକାଲି ରଣବୀରଙ୍କ ବଂଶର ସିନ୍ଧି ରୀତି ଅନୁସାରେ ଆଉ ଥରେ ବିବାହ କରିବେ ଦୀପବୀର।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଯୋଡ଼ି ଶନିବାର ସକାଳୁ ସକାଳୁ ଇଟାଲି ପାଇଁ ବାହାରି ଯାଇଥିଲେ। ସୋମବାର ଇଟାଲିରେ ଦୁଇ ପକ୍ଷର କିଛିଟା ରୀତି ପାଳନ ହୋଇଥିଲା। କୋଙ୍କଣୀ ଉତ୍ସବରେ ଦୀପିକାଙ୍କ ବାପା ରଣବୀରଙ୍କ ବାପାମାଆଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ରଣବୀରଙ୍କୁ ଏକ ନଡ଼ିଆ ଦେଇ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ଉଭୟ ପକ୍ଷ ତରଫରୁ ମୁଦି ଦିଆନିଆ ହୋଇଥିଲା।
No pictures but it was love personified to see them together today. Couldn’t stop my tears, but these were tears of happiness and so I hope they never do. #DeepVeerKiShaadi #ranveerkishaadi #foreverlove
— Nitasha (@Nitasha22) 12 November 2018
ଇଟାଲିର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ରଣବୀରଙ୍କ କେଶ ବିନ୍ୟାସକାରୀ ନିତାଶା ଗୌରବ ଟୁଇଟ୍ କରିଛନ୍ତି ଯେ ‘କୌଣସି ଫଟୋ ନାହିଁ। ମାତ୍ର ଦୁହିଁଙ୍କୁ ଏକତ୍ର ଦେଖିବାକୁ ଖୁବ୍ ଭଲ ଲାଗୁଛି। ଆଖିରେ ମୋ ଲୁହ ପଳାଇ ଆସୁଛି। ମାତ୍ର ଏହା ସୁଖର ଲୁହ।’