ଇନ୍‌ଷ୍ଟାଗ୍ରାମ୍ ଓ ଟ୍ବିଟର୍‌ରୁ ସବୁ ପୋଷ୍ଟ ଡିଲିଟ୍ କଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଇନ୍‌ଷ୍ଟାଗ୍ରାମ୍ ଓ ଟ୍ବିଟର୍‌ରୁ ସମସ୍ତ ପୋଷ୍ଟ ଡିଲିଟ୍ କରିଦେଇଛନ୍ତି। ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍ କରିବାର କିଛି ସମୟ ପରେ ଟ୍ବିଟର୍‌ରେ ଏକ ଅଡିଓ ବାର୍ତା ସେୟାର କରି ପ୍ରଶଂସକଙ୍କୁ ସେ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ମାତ୍ର ପୋଷ୍ଟ୍ ଡିଲିଟ୍ କରିବାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ଦୀପିକାଙ୍କ କିଛି ପ୍ରଶଂସକ ତାଙ୍କୁ ଅନୁସରଣ କରି ନିଜ ନିଜ ଆକାଉଣ୍ଟରୁ ମଧ୍ୟ ପୁରୁଣା ପୋଷ୍ଟଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି। ୨୦୨୦ରେ ଦୀପିକା ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଥିଲେ। ହୁଏତ ଏହାକୁ ଭୁଲିବା ପାଇଁ ଦୀପିକା ଏପରି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର