କାନ୍‌ ଫେଷ୍ଟିଭାଲରେ କାହିଁକି ଜିଭ ହଲାଇଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ: ବଲିଉଡ ଏବଂ ହଲିଉଡର ହଟ୍‌ ଆକ୍ଟ୍ରେସ୍‌ ଦୀପିକା ପାଦୁକୋନ୍‌ କାନ୍‌ ଫେଷ୍ଟିଭାଲରେ ପହଞ୍ଚିଛନ୍ତି। ସେ ସେହି କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଏକ ପିଙ୍କ କଲର୍‌ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି। ଦୀପିକା ପାଦୁକୋନ୍‌ ଏଥିରେ ନିଜର ବୋଲଡ ଏବଂ ବିନ୍ଦାସ ଶୈଳୀରେ ଦର୍ଶକଙ୍କୁ ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଛି। ତେବେ ଦୀପକାଙ୍କର ଏହି ଆଟିଚ୍ୟୁଡ ଅନେକଙ୍କୁ ପସନ୍ଦ ଆସିଛି। କିନ୍ତୁ କାନ୍‌ ଫେଷ୍ଟିଭାଲରେ ଦୀପିକା ପାଦୁକୋନ୍‌ଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସେହି ଫଟୋରେ ସେ ନିଜର ଜିଭ ହଲାଉଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ସୋସିଆଲ୍‌ କେତେକ ପସନ୍ଦ କରୁଥିବା ବେଳେ ଆଉ କେତେକ ନାପସନ୍ଦ କରିଛନ୍ତି।

 

ଏଣେ କାନ୍‌ ଫେଷ୍ଟିଭାଲରେ ବଲିଉଡ ଏବଂ ହଲିଉଡର ହଟ୍‌ ଆକ୍ଟ୍ରେସ୍‌ ଦୀପିକା ପାଦୁକୋନ୍‌ ନିଜ ବେକରେ ଥିବା ଟାଟୁକୁ ଲୁଚାଇ ରଖିଛନ୍ତି। ସେହି ଟାଟୁ କିଛି ଦିନ ତଳେ ଖୁବ୍‌ ଚର୍ଚ୍ଚାରେ ଥିଲା। ହେଲେ ସେହି ଟାଟୁକୁ ନ ଦେଖି କିଛି ଫ୍ୟାନ୍‌ ନିରାଶ ହୋଇଛନ୍ତି। ଥାଙ୍କ ବେକର ଟାଟୁରେ R K ଲେଖା ଯାଇଥିଲା। ସେ ରଣବୀର କପୁରଙ୍କ ସହ ରିଲେସନରେ ଥିବା ବେଳେ ଦୀପିକା ଏହି ଟାଟୁ ବନାଇଥିଲେ।

ଏ ସଂପର୍କରେ ଦୀପିକା ପାଦୁକୋନ୍‌ କହିଛନ୍ତି ଯେ କିଏ କ’ଣ ଭାବୁଛି ସେଥିପ୍ରତି ତାଙ୍କର ଖାତିର ନାହିଁ।ଏଠାରେ ସୂଚନାଯୋଗ୍ୟ ଯେ କାନ୍‌ ଫେଷ୍ଟିଭାଲ ମଇ ୧୯ ତାରିଖ ଯାଏଁ ଚାଲିବ। ସେଠାରେ ଦୀପିକା ପାଦୁକୋନ୍‌ ଲରିଏଲର ପ୍ରତିନିଧିତ୍ୱ କରୁଛନ୍ତି।

ସମ୍ବନ୍ଧିତ ଖବର